Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ବିଶ୍ୱ ପ୍ରେମ ଦିବସ: ତୁମୁଣିରେ ମାନବିକତାର ବାର୍ତ୍ତା ବାଣ୍ଟିଲା ଅମର ଫାଉଣ୍ଡେସନ

ବିଶ୍ୱ ପ୍ରେମ ଦିବସ: ତୁମୁଣିରେ ମାନବିକତାର ବାର୍ତ୍ତା ବାଣ୍ଟିଲା ଅମର ଫାଉଣ୍ଡେସନ

ଓଡ଼ିଶା ଲିଡ୍ସ(ଯାଜପୁର): ବିଶ୍ୱ ପ୍ରେମ ଦିବସ(ଭାଲେଣ୍ଟାଇନ ଡେ)ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ସନ୍ନିକଟ ଜୁଆଙ୍ଗ ବସ୍ତି ତୁମୁଣିରେ ମାନବିକତାର ବାର୍ତ୍ତା ବାଣ୍ଟିଛି ସମାଜସେବା ପାଇଁ ସମର୍ପିତ ଅମର ଫାଉଣ୍ଡେସନ । “ସମାଜର ଅବହେଳିତ ମାନଙ୍କ ପାଇଁ ଆମର ଦାୟିତ୍ୱ ରହିଛି” ବୋଲି ବାର୍ତ୍ତା ଦେଇ ୨୬ ଜୁଆଙ୍ଗ ଜନଜାତି ପରିବାରକୁ ଭୋଜି ଭାତରେ ଆପ୍ୟାୟିତ କରାଯିବା ସହିତ ଗ୍ରାମର ଆବାଳ ବୃଦ୍ଧବନିତାଙ୍କୁ ନୂତନ ବସ୍ତ୍ର, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଥିବା ସ୍କୁଲ ବ୍ୟାଗ, ଶିଶୁ ମାନଙ୍କୁ ବିସ୍କୁଟ ଓ ଚକୋଲେଟ ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଠ ଚଳଚ୍ଚିତ୍ର ଅଭିନେତା ବାଦଲ ମହାନ୍ତିଙ୍କ ପୌରହିତ୍ୟରେ ଓ ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଓ ପ୍ରତିଷ୍ଠାତା ଅମର ମହାନ୍ତିଙ୍କ ପରାମର୍ଶ କ୍ରମେ ଏହି ସଫଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଫାଉଣ୍ଡେସନର ସଦସ୍ୟ ମାନେ ନଗଡ଼ା ଉପକଣ୍ଠ ନାଲିଆଡାଵରେ ପୂର୍ବାହ୍ନରେ ଏକତ୍ରିତ ହୋଇଥିଲେ । ସେଠାରୁ କଠିନ ପାହାଡିଆ ପାଦଚଲା ଦୁର୍ଗମ ରାସ୍ତାରେ ପ୍ରାୟ ୪କିମି ଚାଲିବା ଆରମ୍ଭ କରିଥିଲେ । ତୁମୁଣିବାସୀଙ୍କ ପାଇଁ ଆଣିଥିବା ଜିନିଷ ଗୁଡିକୁ ନିଜେ ବୋହି ତୁମୁଣି ଆଡ଼କୁ ଅଗ୍ରସର ହୋଇଥିଲେ ସଦସ୍ୟ ମାନେ । ଦୁର୍ଗମ ରାସ୍ତାରେ ଚାଲୁ ଚାଲୁ ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ଅଟକି ଯାଉଥିଲେ ମଧ୍ୟ ଲକ୍ଷ ଥିଲା ତୁମୁଣି ଗାଁ । ପ୍ରାୟ ଦେଢ଼ ଘଣ୍ଟା ଚାଲିବା ପରେ ତୁମୁଣି ଗାଁରେ ପହଞ୍ଚିଥିଲେ ସଦସ୍ୟ ଓ ସଦସ୍ୟା ମାନେ । ଚାରି ଦିଗରୁ ବଣ, ପାହାଡ଼ ଘେରା ତୁମୁଣି ଗ୍ରାମବାସୀ ସେମାନଙ୍କୁ ସ୍ୱାଗତ କରି ନେଇଥିଲେ ନିଜ ଗ୍ରାମକୁ । ସଦସ୍ୟ ମାନେ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ଓ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରାୟ ଦିନ ତିନିଟା ବେଳେ ଖାଦ୍ୟ ପ୍ରସ୍ତୁତି ସାରିଥିଲା । ସମସ୍ତେ ମିଳିତ ହୋଇ ଖାଦ୍ୟ ଗ୍ରହଣ କରିଥିଲେ । ଫାଉଣ୍ଡେସନ ସଦସ୍ୟ ମାନେ ମିଳିତ ହୋଇ ସେମାନଙ୍କ ସହିତ ଖାଦ୍ୟ ଗ୍ରହଣ କରିଥିଲେ । ପାଣିର ସମସ୍ୟା ଥିବାରୁ ଗ୍ରାମର କୁମାରୀ ମାନେ ନିକଟସ୍ଥ ଝରଣାରୁ ପାଣି ଆଣି ଯୋଗାଇ ଦେଇଥିଲେ । ଜିନିଷ ପତ୍ର, ଉପହାର ବଣ୍ଟନ ପରେ ଏକ ଛୋଟ ସଭାର ଆୟୋଜନ ହୋଇଥିଲା ।

ସଭାରେ ତୁମୁଣିର ଗାଁ ମୁଖିଆ ମିଟୁ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ଗ୍ରାମବାସୀ ଯୋଗଦେଇଥିଲେ । ଅମର ଫାଉଣ୍ଡେସନ ପ୍ରତିଷ୍ଠାତା ଅମର ମହାନ୍ତି ତୁମୁଣିର ପିଲା ମାନେ ପାଠ ପଡିବାକୁ ପରାମର୍ଶ ଦେଇଥିଲେ ବେଳେ ବାପା ମା ମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଗ୍ରାମବାସୀ ହୁଳୁହୁଳି ଓ କରତାଳି ସହିତ ଏହାକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଦୁଇ ମହିଳା ସଦସ୍ୟା ଅନୁପମା ମହାନ୍ତି, ପ୍ରଜ୍ଞା ପାରମିତା କାନୁନଗୋଙ୍କ ସହିତ ସାମ୍ବାଦିକ ସଞ୍ଜୟ କୁମାର ବେହେରା, ସତ୍ୟଜିତ ମହାନ୍ତି, ରାକେଶ ମହାନ୍ତି, ବିଶ୍ଵଜିତ ମହାନ୍ତି, ଆକାଶ ମହାନ୍ତି, ପିୟୁସ ମହାନ୍ତି, ପୃଥିବୀ ମହାନ୍ତି, ବିଠଲ ପଟ୍ଟନାୟକ, ଅନମୋଲ ମହାନ୍ତି, ଶକ୍ତି ସୁମନ ତ୍ରିପାଠୀ, ଶକ୍ତି ପ୍ରସାଦ ବାରିକ, ବିଶ୍ଵଜିତ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସନ୍ଧ୍ୟା ପୂର୍ବରୁ ସମସ୍ତ ସଦସ୍ୟ ଦୁର୍ଗମ ରାସ୍ତାରେ ଚାଲି ଚାଲି ଆସି ନାଲିଆଡାବରେ ପହଞ୍ଚିଥିଲେ । ଫେରିବା ପୂର୍ବରୁ ସମସ୍ତେ କିନ୍ତୁ ନିଜ ମନ ଭିତରେ ତୁମୁଣି ସ୍ମୃତିକୁ ସାଉଁଟି ଧରିଥିଲେ ।

Leave a comment

Your email address will not be published. Required fields are marked *