Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଗିଡି ଯାଉଛି ରାଜଧାନୀ ଆଇନ ଶୃଙ୍ଖଳା: କଟୁରୀ ଚୋଟରେ ମହିଳା ଗୁରୁତର

ବିଗିଡି ଯାଉଛି ରାଜଧାନୀ ଆଇନ ଶୃଙ୍ଖଳା: କଟୁରୀ ଚୋଟରେ ମହିଳା ଗୁରୁତର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଆଇନ କାନୁନ ବ୍ୟବସ୍ଥା ବିଗିଡି ଯାଉଛି । କଥା କଥାକେ ଖଣ୍ଡା ଓ କଟୁରୀ ବୁଲୁଛି । ଅପରାଧୀ ଆକ୍ରମଣ କରି ଲହୁ ଲୁହାଣ କରୁଥିଲା ବେଳେ ମହିଳା ବି ବର୍ତ୍ତୁ ନାହାନ୍ତି । ଆଜି ସନ୍ଧ୍ୟାରେ ପୁଲିସ ପାଖକୁ କାହିଁକି ଗଲୁ ବୋଲି କହି ଦୁର୍ବୁତ୍ତ ଜଣେ ମହିଳା ବ୍ୟବସାୟୀଙ୍କୁ ଦୋକାନକୁ ଆସୁଥିବା ବେଳେ ଏକ ଧାରୁଆ କଟୁରୀରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଛି । ରାଜଧାନୀର ଛାତି ଉପରେ ଏହି ଭଳି ଗୁଣ୍ଡାରାଜ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହି ଘଟଣା ଘଟିଛି ସହିଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ସହିଦ ନଗର ତାରିଣୀ ବସ୍ତିର କନକଲତା ସାହୁ ନାମ୍ନୀ ମହିଳା ସତସଙ୍ଗ ବିହାର ପାର୍କ ନିକଟରେ ଏକ ମକା ଦୋକାନ କରି ପରିବାର ଚଳାନ୍ତି । ଗତକାଲି ତାଙ୍କ ପାଖରୁ ମୋବାଇଲ୍ ଏବଂ ଟଙ୍କା ଚୋରି ହୋଇଥିଲା । ଏନେଇ ସେ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନାରେ ଏହି ଅଭିଯୋଗ ତାଙ୍କ ପାଇଁ କାଳ ହୋଇଛି । ପୁଲିସ ପାଖକୁ କାହିଁକି ଗଲୁ ବୋଲି କହି ଦୁର୍ବୁତ୍ତ ଜଣକ ଆଜି ସନ୍ଧ୍ୟାରେ କନକଲତା ଦୋକାନକୁ ଆସୁଥିବା ବେଳେ ଏକ ଧାରୁଆ କଟୁରୀରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ।

ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସହିଦ ନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ମହିଳାଙ୍କୁ ଏଭଳି ମରଣାତ୍ମକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ଏହି ଘଟଣା ଖୋଦ ରାଜଧାନୀର ଆଇନ କାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a comment

Your email address will not be published. Required fields are marked *