ଓଡ଼ିଶା ଲିଡ୍ସ(ଯାଜପୁର): ବାଲି ଚୋରିକୁ ନେଇ ସରକାର ଯେତେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବାଲି ମାଫିଆ ସେତେ ସେତେ ବାଲି ଲୁଟ କରୁଛନ୍ତି । ଆଜକୁ ମାସ ମାସ ହେଲା ବରୀ ରାମଚନ୍ଦ୍ରପୁର ନିକଟ ବ୍ରାହ୍ମଣୀ ନଦୀରୁ ଶହ ଶହ ଟ୍ରିପ ବାଲି ଲୁଟ ହୋଇ ବିକ୍ରି ହେବା ସହିତ ବିଭିନ୍ନ ଜାଗାରେ ଗଚ୍ଛିତ ହେଉଥିଲା ବେଳେ ବରୀ ତହସିଲ ପ୍ରଶାସନ ନଜରକୁ ଏହା କେମିତି ଆସୁନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ପୂର୍ବରୁ ଏହି ସ୍ଥାନରୁ ରାତିରେ ବାଲି ଲୁଟ ହେଉଥିଲା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ବାଲି ଲୁଟ ହେଉଥିବା ଦେଖିବାକୁ ମିଳିଛି । ଏ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହୋଇଛି ।




















