ଓଡ଼ିଶା ଲିଡ୍ସ(ଯାଜପୁର):ଦାନଗଦୀ ବ୍ଲକ ଯଖପୁରା ଗ୍ରାମର ସଦାନନ୍ଦ ମଳିକଙ୍କ ୧୬ ବର୍ଷୀୟ ନାବାଳକ ପୁତ୍ର ସମୀର ମଳିକ ନଦୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଃଖଦ ଖବର ପାଇ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ସେଠାରେ ଉପସ୍ଥିତ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହିତ ଏପରି ଘଟଣା ମତେ ମଧ୍ୟ ବିଚଳିତ କରୁଛି ବୋଲି କହି ଶୋକ ପ୍ରକାଶ କରିଥିଲେ । ଏଭଳି ସମୟରେ ପରିବାରକୁ ମା’ ବିରଜା ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ଇଂ ଘଡାଇ ।




















