Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > କ୍ରୀଡା > T-20 ବିଶ୍ୱକପ ଜିତି ୧୪୦ କୋଟି ଭାରତୀୟଙ୍କୁ ଗର୍ବିତ କଲା ଟିମ ଇଣ୍ଡିଆ

T-20 ବିଶ୍ୱକପ ଜିତି ୧୪୦ କୋଟି ଭାରତୀୟଙ୍କୁ ଗର୍ବିତ କଲା ଟିମ ଇଣ୍ଡିଆ

ଫାଇନାଲରେ ନ୍ୟୁଜିଲାଣ୍ଡ ୯୪ ରନରେ ପରାସ୍ତ

ତିନିଟି T-20 ବିଶ୍ୱକପ ଜିତିବାରେ ଭାରତ ପ୍ରଥମ

ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ଦେଶ

ସଞ୍ଜୁ, ଅଭିଷେକ, ଇଶାନ ଓ ଶୁଭମଙ୍କ ବିସ୍ପୋରକ ବ୍ୟାଟିଂ ଛିଡା କଲା ରନର ପାହାଡ଼

ବୁମରାଙ୍କ ଲକ୍ଷ୍ୟଭେଦି ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ବ୍ୟାଟର ବାଟବଣା

ସାରା ଦେଶରୁ ପ୍ରଶଂସାର ସୁଅ

୧୪୦ କୋଟି ଭାରତୀୟଙ୍କୁ ନିରବ କରିବାକୁ କହି ସାଣ୍ଟନର ନିରବ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ହିଷ୍ଟ୍ରି ରିପିଟ କରଙ୍ଗେ, ହିଷ୍ଟ୍ରି ଡିଫିଟ କରଙ୍ଗେ ସ୍ଲୋଗାନ ଦେଇ ଭାରତ ଚଳିତ T-20 ବିଶ୍ୱକପରେ ପଦାର୍ପଣ କରିଥିଲା । ଗତକାଲି ଭାରତ ସ୍ଲୋଗାନ ଅନୁଯାୟୀ ବିଶ୍ୱକପରେ ହିଷ୍ଟ୍ରି ରିପିଟ କରିଥିଲା ଆଉ ହିଷ୍ଟ୍ରି ଡିଫିଟ କରିଥିଲା । ଆୟୋଜକ ଦେଶ ପୂର୍ବରୁ ବିଶ୍ୱକପ ଚମ୍ପିୟାନ ହୋଇ ନଥିଲା ବେଳେ ଭାରତ ଚମ୍ପିୟାନ ହୋଇଥିଲା, ଲଗାତାର ଭାବେ ଦୁଇଥର କେହି ଚମ୍ପିୟାନ ହୋଇ ନଥିଲା ବେଳେ ୨୦୨୪ ବିଶ୍ୱକପ ବିଜୟ ପରେ ଭାରତ ଲଗାତାର ଦ୍ଵିତୀୟ ଥର ଚମ୍ପିୟାନ ହୋଇଥିଲା । ଭାରତ ଚମ୍ପିୟାନ ହେବା ଦେଶର ୧୪୦ ଲୋକଙ୍କୁ କେବଳ ଖୁସି ଦେଇ ନାହିଁ, ସେମାନଙ୍କୁ ଗର୍ବିତ କରିଛି । ଏହି ବିଜୟ ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ସାରା ଦେଶବାସୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଗତ ୨୦୨୩ ବିଶ୍ଵକପର ଫାଇନାଲ ମ୍ୟାଚ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ବେଳେ ଅପ୍ରତ୍ୟାଶିତ ଭାବେ ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା । ଗତ କାଲି ମ୍ୟାଚ ପୂର୍ବରୁ ଏହି ଭଳି ଆଶଙ୍କାରେ ପଡ଼ିଥିଲେ କୋଟି କୋଟି ଭାରତୀୟ ପ୍ରଶଂସକ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଟସ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରି ଭାରତ ପାଇଁ ଅଧା କାମ ସାରି ଦେଇଥିଲେ । ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କହିଥିଲେ ଆମେ ଫାଇନାଲରେ ୧୪୦ କୋଟି ଭାରତୀୟଙ୍କୁ ଚୁପ କରିଦେବୁ । ହେଲେ ବିଫଳତା ପରେ ସଫଳତା ପାହାଚ ଚଢୁଥିବା ସଞ୍ଜୁ ନିଜ ସହିତ ଅଭିଷେକ ଶର୍ମାଙ୍କୁ ନେଇ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ମାତ୍ର ୪ଟି ବଲ ପରେ ସଞ୍ଜୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଛକା ମାରି ନିଜର ତଥା ଦେଶର ରନ ସଂଗ୍ରହ ଆରମ୍ଭ କରିଥିଲେ । ଅନ୍ୟ ପଟରେ ଚଳିତ ବିଶ୍ୱକପରେ ନିରାଶ କରିଥିବା ଅଭିଷେକ ସଞ୍ଜୁଙ୍କ ଦିଗଦର୍ଶନ ବଳରେ ଜୋରଦାର ଆକ୍ରମଣ ଆରମ୍ଭ କରିଥିଲେ । ଉଭୟ ପାୱାର ପ୍ଲେର ୬ ଓଭରରେ ରେକର୍ଡ ୯୨ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡ ଦଳକୁ ସମ୍ପୂର୍ଣ୍ଣ ନିରବ କରି ଦେଇଥିଲେ । ଉଭୟଙ୍କ ଆକ୍ରମଣ ଫଳରେ ନ୍ୟୁଜିଲାଣ୍ଡ ବୋଲର ନିଜର ଲୟ ଭୁଲି ଯାଇଥିଲେ । ଅଭିଷେକ ଅର୍ଦ୍ଧ ଶତକ ହାସଲ କରି ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ ଇନ ଫର୍ମ ଇଶାନ କିଷାନ । ଆସୁ ଆସୁ ସେ ମଧ୍ୟ ଆକ୍ରମଣ ଆରମ୍ଭ କରିଥିଲେ । ଗୋଟିଏ ପଟେ ସଞ୍ଜୁ ଓ ଅନ୍ୟପଟେ ଇଶାନ ରନର ବର୍ଷା କରିଥିଲେ । ଇଶାନ ଓ ସଞ୍ଜୁଙ୍କ ଉଇକେଟ ପତନ ପରେ ଅଧିନାୟକ ସୂର୍ଯ୍ୟ କୁମାର ବ୍ୟାଟିଂ ପାଇଁ ଆସି ଶୁନ୍ୟରେ ଆଉଟ ହୋଇଥିଲେ । ହେଲେ ତାଙ୍କ ପରେ ଆସିଥିବା ଶୁଭମ ଦୁବେ କିନ୍ତୁ ଭୟଙ୍କର ଆକ୍ରମଣ କରି ଭାରତର ଦଳୀୟ ରନକୁ ୨୫୫ ରେ ପହଞ୍ଚାଇ ଦେଇଥିଲେ ।

ଏହା ପରେ ପ୍ରଥମ ବିଶ୍ୱକପ ଜିତିବାର ସ୍ୱପ୍ନ ନେଇ ଭାରତର ବୃହତ ଲକ୍ଷକୁ ଭେଦ କରିବାକୁବ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଚାପରେ ପଡି ସାରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ଝୁଣ୍ଟିଥିଲା । ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀଙ୍କ ସହିତ ବୁମରା ନ୍ୟୁଜିଲାଣ୍ଡ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ସବୁ ଠାରୁ ଘାତକ ବୋଲିଂ କରି ବୁମରା ୪ ଉଇକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୯ ରନ ସଂଗ୍ରହ କରି ବିଶାଳ ୯୬ ରନରେ ପରାଜିତ ହୋଇଥିଲା । ଭାରତର ବିଜୟ ରେ ଷ୍ଟାଡିୟମରେ ଉପସ୍ଥିତ ଏକ ଲକ୍ଷ ତିରିଶ ହଜାର ଲୋକଙ୍କ ସହିତ ପୁରାଦେଶ ଝୁମି ଉଠିଥିଲା । ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା ବେଳେ ଅଦିନ ଦୀପାବଳି ସହିତ ହୋଲି ଖେଳ ଆରମ୍ଭ ହୋଇ ଯାଇଥିଲା । ମ୍ୟାଚର ପ୍ରତିଟି ମୁହୂର୍ତ୍ତ କୋଟି କୋଟି ଭାରତୀୟଙ୍କୁ ବିମୋହିତ କରୁଥିଲା । ଆଇସିସି ସଭାପତି ଜୟ ଶାହ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ବିଶ୍ୱକପ ଟ୍ରଫି ପ୍ରଦାନ କରିଥିଲେ । ଭାରତ ୨୦୦୭ ମସିହାରେ ଧୋନିଙ୍କ ନେତୃତ୍ୱରେ ଓ ୨୦୨୪ ମସିହାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ଵକପ ଜିତିଥିଲା ବେଳେ ଚଳିତ ବର୍ଷ ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ବିଶ୍ୱକପ ଜିତି ପ୍ରଥମ ଦେଶ ଭାବେ ତିନିଥର ଓ ଲଗାତାର ଦୁଇଥର T-20 ବିଶ୍ୱକପ ଜିତି ରେକର୍ଡ କରିଛି । ବୁମରା ଫାଇନାଲର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ ସଞ୍ଜୁ ସାମସନ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ।

Leave a comment

Your email address will not be published. Required fields are marked *