Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > କୃଷ୍ଣନଗର ଚିନିକଳ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ, ପରିଚୟ ରକ୍ଷା ପାଇଁ ବିଭିନ୍ନ ମହଲରେ ହେବ ଦାବି

କୃଷ୍ଣନଗର ଚିନିକଳ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ, ପରିଚୟ ରକ୍ଷା ପାଇଁ ବିଭିନ୍ନ ମହଲରେ ହେବ ଦାବି

କାର୍ଯ୍ୟକ୍ଷମ ହେଲେ ଉପକୃତ ହେବେ ଯାଜପୁର ଓ କେନ୍ଦ୍ରାପଡ଼ାର ଚାଷୀ

ଅମିତ ଶାହଙ୍କ ଘୋଷଣା ପରେ ବଢୁଛି ଆଶା

ଅନ୍ତରାୟ ହେବ ନାହିଁ ଗମନା ଗମନ

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର କୃଷ୍ଣନଗର ସ୍ଥିତ ଚିନିକଳ ଦିନେ ଏହି ଅଞ୍ଚଳର ଭିନ୍ନ ପରିଚୟ ଥିଲା । ଆଜି କିନ୍ତୁ ଏକ ପ୍ରକାର ଅସ୍ତିତ୍ୱ ହରାଇ ସାରିଛି ଏହି ଚିନି କଳ । ଆଖୁ ଉତ୍ପାଦନରେ ବରୀ ରାଜ୍ୟର ଦ୍ଵିତୀୟ ସ୍ଥାନରେ ଥିଲା ବେଳେ ଅତୀତର ସ୍ମୃତି ହୋଇ ଛିଡା ହୋଇଛି ଏହି ଚିନିକଳ । ରାଜ୍ୟର, ବରୀର ବିକାଶ ହୋଇଥିଲା ବେଳେ ଭଗ୍ନ ସ୍ତୁପରେ ପରିଣତ ହୋଇ ଅତୀତର ସ୍ମୃତି ହୋଇ ଛିଡା ହୋଇଛି ଏହି ଚିନିକଳ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରିଥିଲା ବେଳେ ରାଜ୍ୟର ବନ୍ଦ ପଡିଥିବା ଚିନିକଳ ଚାଲୁ କରାଯିବାକୁ ପ୍ରତିଶ୍ରୁତି ଦେବା କୃଷ୍ଣ ନଗର ଅଞ୍ଚଳ ସହିତ ବରୀବାସୀଙ୍କ ମନରେ ଆଶା ସଞ୍ଚାର କରିଛି । ଏହା କିଭଳି ପୁଣି ଚାଲୁ କରାଯିବ ତାକୁ ନେଇ ବରୀ ଅଞ୍ଚଳର କିଛି ବୁଦ୍ଧିଜୀବି ବୈଠକ କରିଛନ୍ତି । ଆଗକୁ ଏ ନେଇ ବିଭିନ୍ନ ଫୋରମରେ ଦାବି କରିବାକୁ ମଧ୍ୟ ବୈଠକରେ ସ୍ଥିର ହୋଇଛି । ବ୍ରାହ୍ମଣୀ ଓ ବିରୂପା ନଦୀର ମଧ୍ୟବର୍ତ୍ତି ଅଞ୍ଚଳ କୃଷ୍ଣନଗର ଠାରେ ୧୯୬୦ ମସିହାରେ ଚିନିକଳ ପାଇଁ ତତ୍କାଳୀନ ଶିଳ୍ପମନ୍ତ୍ରୀ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କ କରକମଳରେ ଏହି ଚିନିକଳର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାର ୧୫ ବର୍ଷ ପରେ ଅର୍ଥାତ ୧୯୭୫ ମସିହାରେ ଚିନିକଳ ଉଦ୍ଘାଟନ ହୋଇ ଚିନି ଉତ୍ପାଦନ କରାଯାଇଥିଲା। ଗମୁ, ସେରପୁର, ଅଣିକଳା ପ୍ରଭୃତି ପଞ୍ଚାୟତର ୩ ହଜାରରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେଉଥିଲେ। ମାତ୍ର ସେ ସମୟର ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳର ଗମନା ଗମନା ବ୍ୟବସ୍ଥା, କଞ୍ଚାମାଲ, ଓ ବ୍ୟବସାୟୀକ ଭିତିଭୂମି ଅଭାବକୁ ନେଇ କିଛିବର୍ଷ ମଧ୍ୟରେ ଶିଳ୍ପଟି ବନ୍ଦ ହୋଇଯାଇଥିଲା।

ଦୀର୍ଘଦିନ ବନ୍ଦ ପଡିବା ପରେ ଚିନିକଳର ଯନ୍ତ୍ରାଂଶ ମଧ୍ୟ ୧୯୮୫ ମସିହାରେ କଲିକତାର ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଯାଇଥିଲା। ଏବେ ଇଟାକାନ୍ଥର ଭଗ୍ନାବଶେଷ, ତିନିଟି ଚିମିନି ଯାହା ପଡ଼ିରହିଛି। ସେ ସମୟରେ ପାଖାପାଖି ୨ ଏକର ଜମି ଉପରେ ନିର୍ମାଣ ହୋଇଥିବା ଏହି ଚିନିକଳର ଅନେକ ଜମି ଏବେ ବ୍ୟକ୍ତିଗତ ଦଖଲକୁ ଚାଲିଯାଇଛି। ସେତେବେଳର ବରୀ ଓ ଆଜିର ବରୀ ପରିସ୍ଥିତିରେ ଆକାଶ ପାତାଳ ପରିବର୍ତ୍ତନ ହୋଇଛି । ଗମନା ଗମନରେ ବ୍ୟାପକ ପରିବର୍ତ୍ତନ ହୋଇ ସାରିଛି । ଯାଜପୁର ସହିତ କେନ୍ଦ୍ରାପଡ଼ାର ସଂଯୋଗ ମଧ୍ୟ ହୋଇ ସାରିଛି । କୃଷି କ୍ଷେତ୍ରରେ ମଧ୍ୟ ବହୁ ପରିବର୍ତ୍ତନ ହେବା ସହିତ ବନ୍ୟା ନିୟନ୍ତ୍ରଣ ହୋଇଛି । ଏପରି ସୁଯୋଗ ଥିଲା ବେଳେ ଯଦି କୃଷ୍ଣନଗର ଚିନିକଳର ପୁର୍ନଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରନ୍ତା ତେବେ ବରୀ ସହିତ କେନ୍ଦ୍ରାପଡାର ଚାଷୀ ଉପକୃତ ହେବା ସହିତ ଆହୁରି ମଧ୍ୟ ବହୁଳ ଭାବେ ଆଖୁଚାଷ କରିବାକୁ ଆଗ୍ରହ ପ୍ରକାଶ ପାଇପାରନ୍ତା ବୋଲି କୃଷ୍ଣନଗରର ଚିନିକଳ ପୁର୍ନଉଦ୍ଧାର ପରିଷଦ ପକ୍ଷରୁ ଆହୁତ ଏକ ବୈଠକରେ ମତ ପ୍ରକାଶ ପାଇଛି। ଏହି ବୈଠକରେ କୁଳମଣି ଶୁକ୍ଳ, ଅକ୍ଷୟ କୁମାର ରାୟ, ସହଦେବ ରାୟ, ଗୁରୁଚରଣ ମହାନ୍ତି, ଉତ୍ତମ କୁମାର ମୁଦୁଲି, ବିବେକାନନ୍ଦ ନାଥ, ପ୍ରମୋଦ କୁମାର ରାଉତ, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *