ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରି ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଥିଲେ କଂଗ୍ରେସ ବିଧାୟକ । ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ବଡ଼ ନିଷ୍ପତ୍ତି ନେଇ ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛି । ଏହି ତିନିଜଣ ବିଧାୟକ ହେଲେ ରମେଶ ଜେନା, ଦାଶରଥୀ ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ।
ଦଳ ପକ୍ଷରୁ କୁହାଯାଇଛି ଯେ, ଦଳର ଅନୁଶାସନ ଏବଂ ନୀତିକୁ କେହି ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଦଳରେ ଅନୁଶାସନ ଏବଂ ଏକତା ବଜାୟ ରଖିବାକୁ ଚାହୁଁଛି।




















