ଓଡ଼ିଶା ଲିଡ୍ସ(ଯାଜପୁର): କେଉଁମାନେ ବାଲି ନେବେ ତାହା ଦିନରେ ସ୍ଥିର ହେଉଛି, ମଧ୍ୟରାତ୍ରୀରେ ହାଇୱାରେ ଗୋଟିଏ ଜାଗାରେ ବାଲି ଢଳା ହେଉଛି ଆଉ ଦିନ ହେବା ପୂର୍ବରୁ ଟ୍ରାକ୍ଟର ଯୋଗେ ବାଲି ପଠାଇ ଦିଆ ଯାଉଛି । ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲା ବେଳେ ବାଲି ମାଫିଆ ଚେଉଁଛନ୍ତି । ଆଉ ଯେତେବେଳେ ସହର ଉଠୁଛି ବାଲି ମାଫିଆ ବେଶ ରୋଜଗାର କରି ଶୋଇ ପଡୁଛନ୍ତି ।
ଏହିଭଳି ଘଟଣା ଯାଜପୁର ଟାଉନ ବଉଳମୂଳ ଛକରେ ଦେଖିବାକୁ ମିଳିଛି । ମଧ୍ୟରାତ୍ରୀରେ ହାଇୱା ବାଲି ଢାଳିବା ପରେ ଟ୍ରାକ୍ଟର ଯୋଗେ ବାଲି ବିଭିନ୍ନ ସ୍ଥାନକୁ ଯାଉଛି । ଭୋର ୪ଟା ସୁଦ୍ଧା ବାଲି ବେପାର ସରି ଯାଉଛି । ନିକଟରେ ଥିବା ସିସି ଟିଭି ଫୁଟେଜକୁ ପ୍ରଶାସନ ଦେଖିଲେ କେଉଁ ମାନେ ଏଥିରେ ସମ୍ପୃକ୍ତ ସବୁ ଜାଣି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଜିଲ୍ଲାର ଜନୈକ ଯୁବ ବିଜେପି ନେତାଙ୍କ ଇଶାରାରେ ଏହି ବାଲି ବେପାର ଚାଲିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ମହଲରେ ତାଙ୍କ ଦବ ଦବା ଥିବାରୁ ପ୍ରଶାସନ ତାଙ୍କ ନିକଟରେ ପହଂଚିବାକୁ ଭୟ କରୁଛି ।




















