ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଗୋଟିଏ କାର। ଏହି ଦୁର୍ଘଟଣା ଫଳରେ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ। ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ଜଣେ ବାଇକ ଆରୋହୀ ଗାଡି ସମ୍ମୁଖକୁ ଆସି ଯିବାରୁ ବାଇକ ଚାଳଙ୍କୁ ବଞ୍ଚାଇବାକୁ ଯାଇ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ । କାରଟି ସମ୍ମୁଖରେ ଥିବା ଥିବା ଏକ ଘର ଭିତରେ ପଶି ଯାଇଥିଲା। ଏହି ସମୟରେ ଘର ଭିତରେ ଥିବା ୨ ଜଣ ବ୍ୟକ୍ତି ଘରର ବିପରୀତ ପାର୍ଶ୍ଵରେ ଥିବାରୁ ଅଘଟଣରୁ ବର୍ତ୍ତି ଯାଇଥିଲେ । ବାଇକ ଚାଳକ ଆହତ ହୋଇଥିବା ଜଣାଯାଇଛି ।




















