ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଇସିସି ପୁରୁଷ ଟେଷ୍ଟ୍ ବୋଲିଂ ମାନ୍ୟତାରେ ୮୭୯ ପଏଣ୍ଟ ସହିତ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା। ୮୭୯ ପଏଣ୍ଟ୍ ସହ ସେ ନଂ୧ରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ୮୩୮ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ, ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନେରୀ ୮୩୬ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବ୍ୟାଟିଂ ରେ ୮୮୦ ପଏଣ୍ଟ୍ ସହ ପୁରୁଷ ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ଅଛନ୍ତି ଇଂଲଣ୍ଡର ଜୋ ରୁଟ୍ । ୮୫୭ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ହ୍ୟାରୀ ବ୍ରୁକ୍ ଓ ୮୫୩ ପଏଣ୍ଟ୍ ପାଇ ତୃତୀୟରେ ଅଛନ୍ତି ଟ୍ରାଭିସ୍ ହେଡ୍। ବ୍ୟାଟିଂ ମାନ୍ୟତାରେ ଭାରତର ଯଶସ୍ବୀ ଜୟସ୍ବାଲ ଅଷ୍ଟମ ଓ ଶୁବମନ ଗିଲ୍ ନବମ ସ୍ଥାନରେ ରହିଛନ୍ତି । ଭାରତ ୨୦୨୬ କ୍ୟାଲେଣ୍ଡର ବର୍ଷରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ମ୍ୟାଚ୍ ଖେଳିନାହିଁ। ଭାରତ ନିଜର ଶେଷ ଟେଷ୍ଟ୍ ଗତ ବର୍ଷ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା।




















