ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲାର କସବା-କମର୍ଦା ଅଞ୍ଚଳରେ ପ୍ରାଣୀ ଚିକିତ୍ସାରେ ଅବହେଳା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ଏକ ଗାଈର ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି ।
ଅଭିଯୋଗ ଅନୁଯାୟୀ କସବା କମର୍ଦାରେ ପ୍ରାଣୀ ଚିକିତ୍ସାଳୟ ଥିବା ସତ୍ତ୍ୱେ ସେଠାରେ ନିଯୁକ୍ତ ଡାକ୍ତର ନିୟମିତ ଭାବେ ଉକ୍ତ ଚିକିତ୍ସାଳୟକୁ ଆସୁନାହାନ୍ତି। ଏ ନେଇ ଜରୁରୀ ସମୟରେ ଟୋଲ୍-ଫ୍ରି ନମ୍ବରକୁ ଫୋନ୍ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଗାଈଟି ଠିକ ସମୟରେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ଡାକ୍ତର ଧାର୍ଯ୍ୟ ସମୟରେ ଚିକିତ୍ସାଳୟରେ ଉପସ୍ଥିତ ନ ରହି ଘରେ ରହୁଛନ୍ତି । ଯାହା ଫଳରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଏନେଇ ସେମାନେ ବାରମ୍ବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏନେଇ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ସହିତ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।




















