ଓଡ଼ିଶା ଲିଡ୍ସ(ବ୍ୟୁରୋ): କାକଟପୁର ଦେଉଳି ମଠରୁ ପୁରୀ ଶ୍ରୀମନ୍ଦିର କୁ ଯାଇଛି ଅଣସର ଭାର । ମହାପ୍ରଭୁଙ୍କ ପାଇଁ ଭାରନେଇ ଭକ୍ତ ମାନେ ୬୨ କିମିର ଯାତ୍ରା ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ପାଇଁ ଯାଉଥିବା ଏହି ଭାରରେ ରହିଛି କଦଳୀ, ନଡ଼ିଆ, ପଣସ, ସପୁରି, ଆମ୍ବ ସହିତ ବିଭିନ୍ନ ଫଳ ମୂଳ । ଜ୍ଵରରେ ପଡିଥିବା ଜଗତ ଠାକୁର ଏହି ସବୁ ଫଳ ମୂଳ ଖାଇ ସୁସ୍ଥ ହେବେ । ଏହା ଶ୍ରୀକ୍ଷେତ୍ରର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସହିତ ଜଡ଼ିତ ଏକ ଅତ୍ୟନ୍ତ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ପାଇଁ ଅଣସର ଘରରେ ବିଜେ କରିଥାନ୍ତି। ଏହି ସମୟରେ ମହାପ୍ରଭୁଙ୍କ ଗୁପ୍ତ ସେବା ପାଇଁ ଏବଂ ତାଙ୍କର ଚିକିତ୍ସା ଲାଗି ବିଭିନ୍ନ ସାମଗ୍ରୀ ଉପଚାର ରୂପେ ଅଣାଯାଇଥାଏ ।

କାକଟପୁର ଦେଉଳି ମଠ ଯାହା ନବକଳେବର ପାଇଁ ଦାରୁ ବିଗ୍ରହ ଠାବ ଠାରୁ ଆରମ୍ଭ କରି ଶ୍ରୀବିଗ୍ରହ ମାନଙ୍କ ଅସୁସ୍ଥତା ପାଇଁ ଫଳ ଭାର ଦେବା ପରମ୍ପରା ରହିଛି । ଆଜି ଶହ ଶହ ଭକ୍ତ, ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଡାକ ଭିତରେ ପୁରୀକୁ ଭାର ଯାଇଛି ।




















