Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ପୁରୀ > କୃଷ୍ଣପ୍ରସାଦର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା, ଜଗନ୍ନାଥ ମୟ ପରିବେଶ

କୃଷ୍ଣପ୍ରସାଦର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା, ଜଗନ୍ନାଥ ମୟ ପରିବେଶ

‎ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ)(ବିରଞ୍ଚି ନାରାୟଣ ଦାଶ): ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅପରାହ୍ନରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପାରିକୁଦ ଗଡ଼ ଠାରେ ରାଜ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଦଧିବାମନ ଦେବଙ୍କ ରଥଯାତ୍ରା ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ପାରିକୁଦ ରାଜାଙ୍କ ଦେଵତ୍ବ ନୀତି ନିର୍ଦ୍ଧେଶକ ପଣ୍ଡିତ ନୀଳକଣ୍ଠ ତ୍ରିପାଠୀ, ମୁଖ୍ୟ ସେବକ ପଣ୍ଡିତ ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ଵାରା ସମସ୍ତ ଦେବନୀତି ସରିବା ପରେ ଅପରାହ୍ନରେ ଭକ୍ତଙ୍କ ଗହଳିରେ ସେବାୟତଙ୍କ ଦ୍ୱାରା ଉଭୟ ମହାପ୍ରଭୁ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ । ପରେ ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ପାରିକୁଦ ରାଜା ସାହେବଙ୍କ ପୁଅ ଦିଲ୍ଲୀପ କୁମାର କେଶରୀ ରଥରେ ପାରମ୍ପରିକ ଛେରା ପହଁରା କରିଥିଲେ । ରଥରୁ ଚାରମାଳ ଫିଟାଯିବା ପରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଓ ଘଣ୍ଟ ଘଣ୍ଟା ଧ୍ୱନୀରେ ରଥ ଟଣା ଆରମ୍ଭ ହୋଇଥିଲା । ସମବେତ ଜନତା ଓ ପ୍ରଶାସନର ଉପସ୍ଥିତିରେ ଚନ୍ଦନ ପଡ଼ିଆ ସ୍ଥିତ ଗୁଣ୍ଡିଚା ବାଡ଼ିରେ ରଥ ସନ୍ଧ୍ୟା ପୂର୍ବରୁ ଲାଗିଥିଲା । ମାର୍ଫତଦାର ତଥା ରଥ ଯାତ୍ରା ପରିଚାଳନା କମିଟି ସଭାପତି ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ, ସମ୍ପାଦକ ପ୍ରଶାନ୍ତ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ନାୟକ, ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଅତିରିକ୍ତ ଏସପି ଅଜୟ କୁମାର ବାରିକ, ମହାପ୍ରଭୁଙ୍କ ଅଙ୍ଗ ସେବକ ତଥା ଶିଳ୍ପୀକାର ହୃଦାନନ୍ଦ ଜେନା, ବାଉରୀବନ୍ଧୁ ଦଳେଇ, ସୁବାସ ଚନ୍ଦ୍ର ସିଂହସାମନ୍ତ, ବିଜୟ କୁମାର ଜେନା, ବିଜୟ କୁମାର ପାତ୍ର, ସୁବାସ ଚନ୍ଦ୍ର ଗୌଡୁ, ସୁବ୍ରତ କୁମାର ପଣ୍ଡା, ମକଦ୍ଦମ ସିଂହ, ପ୍ରମୋଦ କୁମାର ସାହୁ, ଚନ୍ଦନ ସିଂହ, ଭିକାରୀ ଚରଣ ପାତ୍ର, ବିଭୂ ନାରାୟଣ ଜେନା, ପ୍ରଶାନ୍ତ କୁମାର ଜେନା, ନାଲୁ ପାହାଣ, ସୁଶାନ୍ତ ଭାରିମଲ, ଦାସିଆ ବାଉରୀ ଭକ୍ତ ନାରାୟଣ ନାୟକ ଉତ୍ସବକୁ ପରିଚାଳନା କରିଥିବାବେଳେ ଅନ୍ୟ ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କୃଷ୍ଣପ୍ରସାଦ ଥାନା ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ମନୋରଞ୍ଜନ ଦାଶ, ଆରକ୍ଷୀ ବିଭାଗର ଅଭୟ କୁମାର ବିଶ୍ୱାଳଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସେହିଭଳି କୃଷ୍ଣପ୍ରସାଦ ବ୍ଲକ ସିଆଳ ଗ୍ରାମରେ ରଥକୁ କୁନିକୁନି ପିଲା ଟାଣିଛନ୍ତି । ଏହି ରଥ ୩୦ ବର୍ଷ ଧରି ଅଞ୍ଚଳର ପିଲା ରଥ ଭାବେ ସୁଖ୍ୟାତି ଲାଭ କରିଛି। ଉକ୍ତ ଗ୍ରାମର କୁନି ଶିଶୁ ଅନିଲ ପଣ୍ଡା ଏବଂ କାହ୍ନା ପଣ୍ଡାଙ୍କର ପୁରୀର ରଥକୁ ଦେଖି ଭାବ ଉଦ୍ରେକ ହୋଇଥିଲା । ସେମାନେ କିଛି ସାଙ୍ଗସାଥୀଙ୍କୁ ଏକାଠି କରି ଛୋଟିଆ ରଥରେ ମହାପ୍ରଭୁଙ୍କୁ ରଖି ଗ୍ରାମ ମଧ୍ୟରେ ରଥ ଟାଣିଥିଲେ। ସେହି ପରମ୍ପରା ଆଜି ଏକ ବିରାଟ ରଥଯାତ୍ରାରେ ପରିଣତ ହୋଇଛି। ଗ୍ରାମର ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସମ୍ପାଦକ ସନ୍ତୋଷ ବିଶ୍ୱାଳ କୁହନ୍ତି ଗ୍ରାମବାସୀ ମିଳିତ ହୋଇ ଏହି ରଥଯାତ୍ରା କରୁଛୁ। ଚଳିତ ବର୍ଷ ଏହି ପିଲାରଥକୁ ଶର୍ମା ମହାରଣା ଏବଂ ଜିତେନ୍ଦ୍ର ମହାରଣା ନିର୍ମାଣ କରିଥିବା ଜଣାପଡ଼ିଛି। ପିଲାରଥରେ ଯାତ୍ରା ଆରମ୍ଭରୁ ରାଜା ରୂପରେ ନଗେନ୍ଦ୍ର ଜଗଦେବ ନାୟକ ଛେରାପହଁରା କରି ଆସୁଛନ୍ତି। ଏହି ପିଲାରଥକୁ ଦେଖିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସାମଗମ ହୋଇଥିଲା ।

Leave a comment

Your email address will not be published. Required fields are marked *