ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଆଜି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରା ଯାଇଛି ।ଫାଉଣ୍ଡେସନର ସଚିବ ଦିବ୍ୟ ଜ୍ୟୋତି ପତି (ଦିପୁ) ଓ ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଦିବ୍ୟାଙ୍ଗ ଦିଲ୍ଲୀପ ସାହୁଙ୍କୁ ଏହା ପ୍ରଦାନ କରିଥିଲେ। ଏହି ସାଇକେଲ ପାଇବା ପରେ ଶ୍ରୀ ସାହୁ ନିଜେ ଯାତାୟାତ କରିପାରିବେ ଏବଂ ଦୈନନ୍ଦିନ କାମରେ ଆତ୍ମନିର୍ଭରଶୀଳ ହୋଇପାରିବେ। ଫାଉଣ୍ଡେସନ ସଚିବ ଦିବ୍ୟ ଜ୍ୟୋତି ପତି କହିଛନ୍ତି ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବା ହିଁ ଆମର ଲକ୍ଷ୍ୟ। ଦିବ୍ୟାଙ୍ଗ ଭାଇମାନଙ୍କ ଜୀବନକୁ ସହଜ କରିବା ପାଇଁ ଆମେ ଏପରି ସେବା କାର୍ଯ୍ୟ ଜାରି ରଖିବୁ।




















