ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ ଚନ୍ଦ୍ରଶେଖରପୁର ସ୍ଥିତ ପ୍ରଭକର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବ୍ରହ୍ମଣୀର ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା କଲେଜର ବିଭିନ୍ନ ବୌଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବା ଜଣା ଯାଇଛି । କଲେଜ ପରିସରରେ ଗତ ୧୭ ତାରିଖ ଦିନ ବନ୍ୟା ଜଳ ପ୍ରବେଶ କରି ୨୧ ତାରିଖ ଦିନ ଛାଡିଥିଲା । ବନ୍ୟା ଫଳରେ କଲେଜର ଇନଭର୍ଟର ବ୍ୟାଟେରୀ, ମେସିନ ସହିତ ପାଣି ପମ୍ପ ମଧ୍ୟ ନଷ୍ଟ ହୋଇଥିବା କଲେଜର ଅଧ୍ୟକ୍ଷ ବିଭୁତି ନାଥଶର୍ମା ସୂଚନା ଦେଇଛନ୍ତି । ବନ୍ୟା ଫଳରେ ଶିକ୍ଷାଦାନ ବ୍ୟାହତ ମଧ୍ୟ ହୋଇଛି ।




















