ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଓଡ୍ରାଫ ଟିମ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ୍ରାଫ ଟିମର ସଦସ୍ୟ ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବନ୍ୟା ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବେ ଓ ଅନ୍ୟ ବନ୍ୟାପୀଡିତ ମାନଙ୍କୁ କିଭଳି ଉଦ୍ଧାର କରି ସୁରକ୍ଷା ପ୍ରଦାନ କରିବେ ସେ ନେଇ ବିଭିନ୍ନ ପରାମର୍ଶ ଦେବା ସହିତ ବିଭିନ୍ନ ଉପକରଣ କିଭଳି ବ୍ୟବହାର କରିବେ ସେ ନେଇ ଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ୍ରାଫ ଟିମର ସଦସ୍ୟ ଏସ.କେ.ଦାସ, ଧନରାଜ ଏସ, ଵିଶାଲ ଯାଦବ, ପଙ୍କଜ କୁମାର, କେ.ସି. ଦୋରା, ଏସ.କେ.ସାହୁ ପ୍ରମୁଖ ସାମିଲ ଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ସାମଲ ଓଡ୍ରାଫ ଟିମର ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।




















