ଓଡ଼ିଶା ଲିଡ୍ସ(ଯାଜପୁର): ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସାକ୍ଷାତ କରି ତାଙ୍କ ସହଯୋଗ କାମନା କରିଛନ୍ତି ଯାଜପୁର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଶିଷ ରଞ୍ଜନ ଚୌଧୁରୀ ଏବଂ ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ । ଉଭୟ ଇଂ ଘଡାଇଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ସହିତ ଜିଲ୍ଲା ରାଜନୀତି ବିଷୟରେ ଆଲୋଚନା କରିବା ସହିତ ଉଭୟ ସଙ୍ଗଠନକୁ ମଜବୁତ କରିବାକୁ ତାଙ୍କ ସହଯୋଗ କାମନା କରିଛନ୍ତି ।
ଆଲୋଚନା ସମୟରେ ଆଗାମୀ ଦିନରେ ଜିଲ୍ଲାର ଯୁବ ଶକ୍ତିକୁ ସଂଗଠିତ କରିବା, ଯୁବ ସ୍ୱରକୁ ଅଧିକ ଶକ୍ତିଶାଳୀ ଓ ଶାଣିତ କରିବା ସହିତ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ପଦକ୍ଷେପ ନେବାକୁ ଉଭୟ ସଭାପତିଙ୍କୁ ପରାମର୍ଶ ଦେଇଥିଲେ ଇଂ ଘଡାଇ ।




















