ଓଡ଼ିଶା ଲିଡ୍ସ(ଯାଜପୁର): ତାର ମହକ ନାହିଁ, ହେଲେ ସେ ସୁନ୍ଦରୀ । କାଶତଣ୍ଡି ଫୁଟିବା ଆରମ୍ଭ ହେଲାଣି । ଏହି ଧଳା ଫୁଲ ଫୁଟିବା ସହିତ ପାର୍ବଣ ଋତୁର ଆଗମନର ସଂକେତ ଦେଲାଣି । ଧରାପୃଷ୍ଟକୁ ବିଘ୍ନ ବିନାଶକଙ୍କ ଆଗମନ ହେବାରୁ ଆରମ୍ଭ ହେବ ପାର୍ବଣ ଋତୁ । ଆଉ ଏହି ପାର୍ବଣ ଋତୁର ମଧୁର ସନ୍ଦେଶ ଦେଲାଣି କାଶତଣ୍ଡି ।




















