ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା-ଜହ୍ନିକୁଦା ଚିଲିକା ଯାତ୍ରୀଙ୍କ କାଳ ସାଜିଛି। ତୀର୍ଥକ୍ଷେତ୍ର ପୁରୀକୁ ଦକ୍ଷିଣ ଓଡିଶାର ଯାତ୍ରୀ ଏବଂ କୃଷ୍ଣପ୍ରସାଦ ଅଞ୍ଚଳ ପାଇଁ ଦୂରତା ଦୃଷ୍ଟିରୁ ଜହ୍ନିକୁଦା ସାତପଡ଼ା ଚିଲିକା ରାସ୍ତା ସୁଗମ ହୋଇଥିବା ବେଳେ ବିପଦ କ୍ଷଣ କ୍ଷଣକେ ଆସି ପହଞ୍ଚୁଛି। ସୋମବାର ଦିନ ମଧ୍ୟାହ୍ନ ୧ ଟା ସମୟରେ ଏକ ଡ଼ଙ୍ଗା ୧୦ ଜଣ ଯାତ୍ରୀ ନେଇ ସାତପଡ଼ା ରୁ ଜହ୍ନିକୁଦା ଅଭିମୁଖେ ଆସୁଥିବା ବେଳେ ମଏଁସା ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା। ଫଳରେ ଚିଲିକା ମଝିରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରତିଦିନ ଏହି ଚିଲିକାରେ ହଜାର ହଜାର ଯାତ୍ରୀ ପର୍ଯ୍ୟଟକ ଯାତାୟତ କରୁଥିବା ବେଳେ ବିଭିନ୍ନ ସମୟର ଏହି ଭଳି ଅବସ୍ଥା ଘଟୁଥିବା ଦେଖିବାକୁ ମିଳୁଛି ।




















