ଓଡ଼ିଶା ଲିଡ୍ସ(ବରୀ): ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ବ୍ୟୟରେ ବରୀ ମାଉଣ୍ଡ ବଜାରରେ ଲାଗିଛି ହାଇମାଷ୍ଟ ଲାଇଟ । ଲକ୍ଷାଧିକ ଟଙ୍କାରେ ଲାଗିଥିବା ଏହି ହାଇମାଷ୍ଟ ଲାଇଟ ଏକ ବର୍ଷରୁ ଅଧିକ ସମୟ ଧରି ନଜଳି ଛିଡା ହୋଇ ରହିଛି । ହେଲେ ଏହାକୁ ସଜଡ଼ା ଯିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ସନ୍ଧ୍ୟା ହେଲେ ବରୀ ବ୍ଲକର ଏହି ପ୍ରମୁଖ ବଜାର ଅନ୍ଧାରରେ ବୁଡି ଯାଉଛି । ଯେଉଁ ଉଦ୍ଦେଶ୍ୟରେ ଏହି ଲାଇଟ ଲଗା ଯାଇଥିଲା ତାର ଉଦ୍ଦେଶ୍ୟ ପୂରଣ ହୋଇ ପାରିନାହିଁ । ଏହି ହାଇମାଷ୍ଟ ଲାଇଟ ତଳେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା ବେଳେ ଏହା ସନ୍ଧ୍ୟା ହେଲେ ଅନ୍ଧାରରେ ବୁଡି ଯାଉଛି । ତୁରନ୍ତ ଏହାକୁ ମରାମତି କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ବରୀର ରାଜନେତାଙ୍କ ସହିତ ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।




















