ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଯାଜପୁର ଟାଉନ ଓ ତାର ଆଖପାଖ ଅଞ୍ଚଳରେ ଘଡିଘଡି ସହିତ ପ୍ରବଳ ବର୍ଷା ହୋଇଛି । ସନ୍ଧ୍ୟାରୁ ଆକାଶ ମେଘାଛନ୍ନ ହେବା ସହିତ ବିଜୁଳି ଓ ଘଡଘଡି ମାରୁଥିଲା । ବର୍ଷା ଫଳରେ ବାଇକ ଚାଳକ ମାନେ ରାସ୍ତାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦେଖିବାକୁ ମିଳିଛି ।




















