ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ଠାରୁ ଆରମ୍ଭ ହୋଇଛି ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଏବେ ପୂଜା ପାଉଛନ୍ତି ଗଜାନନ । ଆଜି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ଯାଇ ଗଜାନନଙ୍କ ଦର୍ଶନ କରିବା ସହିତ ଆଶିଷ କାମନା କରିଛନ୍ତି । ଏହି ଅବସରରେ ପୂଜା କମିଟି ଗୁଡିକ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।




















