ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ରୋଡ୍ର ଗୋପବନ୍ଧୁ ଛକଠାରେ ନବନିର୍ମିତ ‘ଲାଇଫ ଲୁମ୍’ ଜିମର ଭବ୍ୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାର ଉଦଘାଟନ କରିଥିଲେ । ଦୀପକ ବାରିକଙ୍କ ଏହି ନୂତନ ପ୍ରୟାସକୁ ଶୁଭେଚ୍ଛା ଜଣାଇବା ସହ ସୁସ୍ଥ, ସୁନ୍ଦର ଓ ସକ୍ରିୟ ଜୀବନ ପାଇଁ ଏହା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଡଃ ଘଡାଇ ।




















