ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଉତ୍ସବ ଗୁରୁବାର ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମାଲୁଦ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାହାକ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁରର ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ପାତ୍ର, ରମ୍ଭର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଣ୍ଡା, ପ୍ରଶାନ୍ତ କୁମାର ଦାସ, ପୂର୍ଣ୍ଣେନ୍ଦୁ ବେହେରା, ତପନ ବେହେରା, ମକଦ୍ଦମ ସିଂହଙ୍କ ସମେତ ଆୟୋଜିତ ଉତ୍ସବରେ ସମୂହ କର୍ମଚାରୀ ଉପସ୍ଥିତ ଥିଲେ । ସେହିଭଳି କୃଷ୍ଣପ୍ରସାଦ ବ୍ଳକ କାର୍ଯ୍ୟାଳୟ ପରିସରରେ ପୂଜା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ସରୋଜିନୀ ତରେଇ, କୃଷ୍ଣପ୍ରସାଦ ବିଡ଼ିଓ ଅମୀୟ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତ, ସିପି ପ୍ରଭାତ କୁମାର ଜେନା, ଅମିତ କୁମାର ତାଡ଼, ଉମାକାନ୍ତ ମିଶ୍ର, ଆଲୋକ କୁମାର ଖୁଣ୍ଟିଆ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିଭଳି ସାତପଡ଼ା, ଜହ୍ନିକୁଦା, ନୂଆପଡ଼ା, ଖଟିଆକୁଦୀ, ଇପିଙ୍ଗ ବାଉରୀପଲି, ସିପିଆ, ଚାରିଛକ, ମୋରଡା, ମାଲୁଦ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟ, ବଜ୍ରକୋଟ, ରାମଲେଙ୍କା ଆଦି ସ୍ଥାନରେ ସୁସଜ୍ଜିତ ତୋରଣ, ଆଲୋକସଜ୍ଜା ଦେଖିବାକୁ ମିଳିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡିଛି ।




















