ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶର୍ବଣା ବିବେକ । ଦାୟିତ୍ୱ ନେଲା ପରେ ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ପୋଲିସ ଗୋଟିଏ ଟିମ୍ ୱାର୍କ, ଟିମ୍ ହୋଇ କାମ କରିବୁ ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଲୋକେ ସାଇବର ଠକେଇରେ ବହୁତ ଟଙ୍କା ହରାଉଛନ୍ତି । ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।



















