ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି । ବନ୍ୟା ପୀଡିତ ମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସହାୟତା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବନ୍ୟା ପୀଡିତ ମାନେ ଭଂଜନଗର-ବ୍ରହ୍ମପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ଅନ୍ୟ ପକ୍ଷରେ ମଶାଣୀ ସାହିର ୧୨ ଘର ବନ୍ୟାରେ ଭାସି ଯାଇଥିବା ନେଇ ଅଭିଯୋଗ ହୋଇଛି । ରାସ୍ତା ଅବରୋଧ କରିବା ସମୟରେ ପୀଡିତ ମାନେ
କ୍ଷତି ପୂରଣ ଦାବି କରିଛନ୍ତି ।



















