
କୋରେଇରେ ବ୍ୟାପକ ବୃକ୍ଷ ରୋପଣ ନେଇ ବିଧାୟକଙ୍କ ବୈଠକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ବୃକ୍ଷରୋପଣ କରିବା ନେଇ ବ୍ୟାସନଗରସ୍ଥିତ ବାସଭବନରେ ସ୍ଥାନୀୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । ବୈଠକରେ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶ୍ୱ ପରିବେଶ ଦିବସରେ ପରିବେଶ ତଥା ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବା ଜରୁରୀ ବୋଲି […]



























