ଓଡ଼ିଶା ଲିଡ୍ସ(ବରୀ): ରାମଚନ୍ଦ୍ରପୁର ଛକରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସାଂସଦ ପାଣ୍ଠିରୁ ଲାଗିଥିବା ଲାଇଟ ଆଜକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ଜଳୁନାହିଁ । ଫଳରେ ଏହି ଛକ ସନ୍ଧ୍ୟା ହେଲେ ଅନ୍ଧାର ହୋଇ ଯାଉଛି । ଚାରୋଟି ଲାଇଟ ଥିବା ଏହି ଷ୍ଟାଣ୍ଡର କୌଣସି ଲାଇଟ ଜଳୁନାହିଁ । ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଲାଇଟ ଷ୍ଟାଣ୍ଡକୁ ମରାମତି କରିବାକୁ ତନ୍ମୟ କୁମାର ବେଉରିଆ, ପଦ୍ମଲୋଚନ ଜେନା ପ୍ରମୁଖ ଦାବି କରିଛନ୍ତି ।



















