ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ଗ୍ରାମର ରାଜୁ ବେହେରା ଦାଦନ ଖଟିବାକୁ କର୍ଣ୍ଣାଟକ ଯାଇଥିଲେ । ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା ବେଳେ ରାଜୁଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ରାଜୁ କର୍ଣ୍ଣାଟକର ମଲଫେ ସମୁଦ୍ର ନିକଟରେ କାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରର ରୋଜଗାରିଆ ପୁଅଙ୍କୁ ହରାଇ ପରିବାର ବର୍ଗ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଏହି ଖବର ପ୍ରଚାରିତ ହେବା ପରେ ଖିରିସାହି ଗ୍ରାମସହ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ମୃତଦେହକୁ ନିଜ ଗାଁକୁ ଆଣିବାକୁ ପରିବାର ସଦସ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ଶୋକସନ୍ତପ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।




















