ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଶେରଗଡ଼ ନିକଟ ଜାତୀୟ ରାଜପଥରେ ଏକ ଚିଙ୍ଗୁଡ଼ି ବୋଝେଇ ଟ୍ରକ ଜଳି ଯାଇଛି । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ବାଲେଶ୍ୱରରୁ ସୋର ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡ଼ି ବୋଝେଇ ଟ୍ରକ ହଠାତ ଜଳି ଯାଇଥିଲା । ଡ୍ରାଇଭର ସୁରକ୍ଷିତ ଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଖନ୍ତାପଡ଼ା ଥାନା ଅଧିକାରୀ, ଜାତୀୟ ରାଜପଥ ପୁଲିସର ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ପଥଚାରୀ ଭୟରେ କିଛି ସମୟ ପାଇଁ ଏହି ରାସ୍ତା ଦେଇ ଗତାଗତ କରିନଥିଲେ ।




















