ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭଟଲିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଆଜି ମାତ୍ର ୫୩ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଏହି ଖବର ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁ ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମେଡିକାଲ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ସୁଶାନ୍ତଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୁରଣୀୟ କ୍ଷତି । କେବଳ ପଶ୍ଚିମ ଓଡ଼ିଶା ନୁହେଁ ସାରା ରାଜ୍ୟରେ ତାଙ୍କ ଭଳି ଜଣେ ଯୁବ ନେତାଙ୍କ ନେତୃତ୍ୱର ଆବଶ୍ୟକତା ଥିଲା ବେଳେ ସେ ଆରପାରିକୁ ଚାଲି ଯାଇଛନ୍ତି । ଏହି ଘଟଣା ମୋତେ ବ୍ୟକ୍ତିଗତ ଗତ ଭାବେ ଖୁବ ମର୍ମାହତ କରିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଇଂ ଘଡାଇ ।




















