Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଧର୍ମଶାଳା ପରେ ବଡ଼ଚଣା ବିଜେଡିରେ ଭୂକମ୍ପ, ଦଳ ଛାଡି ବିଜେପିରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ ଲୋକ ପ୍ରତିନିଧି

ଧର୍ମଶାଳା ପରେ ବଡ଼ଚଣା ବିଜେଡିରେ ଭୂକମ୍ପ, ଦଳ ଛାଡି ବିଜେପିରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ ଲୋକ ପ୍ରତିନିଧି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ବଦଳିବା ପରେ ଯାଜପୁର ବିଜେଡିରେ ଭୂକମ୍ପ ସୃଷ୍ଟି ହୋଇଛି । ନିର୍ବାଚନ ପରାଜୟ ପରେ ବିଜେଡି ପୁଣି ଏକତ୍ରିତ ହେବ ଓ ମୁଖ୍ୟ ଵିରୋଧି ଦଳ ଭାବେ ଶାସକ ଦଳ ବିରୁଦ୍ଧରେ ଲଢେଇ କରିବ, ଏମିତି କିଛି ଭାବିଥିଲେ ଯାଜପୁର ବିଜେଡି କର୍ମୀମାନେ । ହେଲେ ମାତ୍ର ଗୋଟିଏ ସପ୍ତାହ ଭିତରେ ବିଜେଡି ହାତରୁ ଦୁଇଟି ପ୍ରମୁଖ ପଞ୍ଚାୟତ ସମିତି ଖସି ଯାଇଛି । ନିକଟରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତ ରାୟ ଅନାସ୍ଥାକୁ ସମ୍ମୁଖିନ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ସଭ୍ୟଙ୍କ ସହିତ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ଯାଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ, ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଫଳରେ ବର୍ଷ ବର୍ଷ ହେଲା ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେଡିର ସବୁଜ ପତାକା ଲହଡି ଭାଙ୍ଗୁଥିଲା ସେଠାରେ ବିଜେପିର ଗେରୁଆ ପତାକା ଲହଡି ଭାଙ୍ଗିଛି । ବିଜେଡିରେ ଏହି ଭୂକମ୍ପ ବଡ଼ଚଣା ବିଜେଡିକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଗତ ନିର୍ବାଚନରେ ରାଜ୍ୟର ଅନ୍ୟତମ ବରିଷ୍ଠ ତଥା ଅନୁଭବୀ ନେତା ଅମର ପ୍ରସାଦ ଶତପଥୀଙ୍କୁ ଟିକେଟ ନଦେଇ ବିଜେଡି ଯେଉଁ ଭୁଲ କରିଥିଲା ଆଜି ତାର ଫଳ ଭୋଗିଛି ।

ଅମର ବିଜେଡିରୁ ଦୁରେଇ ଯାଇଥିଲା ବେଳେ ତାଙ୍କର ସମସ୍ତ ସମର୍ଥକ ଏବେ ବିଜେପିରେ ସାମିଲ ହୋଇ ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟରେ କଂଗ୍ରେସ ନିଜକୁ ସଙ୍ଗଠିତ କରୁଥିଲା ବେଳେ ବିଗତ ଦିନର କଂଗ୍ରେସ ନେତା ରାଜ ନାରାୟଣ ମହାପାତ୍ର କଂଗ୍ରେସ ଛାଡି ବିଜେଡିକୁ ଆସିଥିଲେ । ହେଲେ ବଡ଼ଚଣା ବିଜେଡି ତାଙ୍କୁ ସମର୍ଥନ ଦେଇନଥିଲା । ଦଳ ମଧ୍ୟ ତାଙ୍କୁ ଟିକେଟ ନଦେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଥିଲା । ପରାଜୟ ପରେ ବର୍ଷା କିନ୍ତୁ ବଡ଼ଚଣାକୁ ସମ୍ପୂର୍ଣ୍ଣ ଭୁଲି ଗଲେ । ଦଳର ଏବେ ନେତୃତ୍ୱ ନେଉଛନ୍ତି ରାଜ ନାରାୟଣ । ହେଲେ ଦଳର କର୍ମୀ ଓ ନେତା ଦଳ ଛାଡୁଥିଲା ବେଳେ ଏହାର ପ୍ରତିରୋଧ କରି ପାରୁ ନାହାନ୍ତି ରାଜ ନାରାୟଣ । ଧର୍ମଶାଳା ଓ ବଡ଼ଚଣା ପରେ ବିଜେପି ଏବେ କେଉଁ ସମିତିକୁ ଦାଖଲ କରିବ ତାକୁ ନେଇ ଆଶଙ୍କାରେ ପଡି ଯାଇଛି ବିଜେଡି । ଦୁଇଟି ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଯିବା ପରେ ବିଜେଡି କର୍ମୀ ଆଗାମି ଭବିଷ୍ୟତ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଯାହା ସ୍ୱାଭାବିକ ମଧ୍ୟ ।

Leave a comment

Your email address will not be published. Required fields are marked *