ଓଡ଼ିଶା ଲିଡ୍ସ(ଯାଜପୁର): ଖେଳ ପ୍ରତି ଯୁବମାନଙ୍କର ଆଗ୍ରହ, ଦଳୀୟ ମନୋଭାବ ଓ ଜିତିବାର ଆଗ୍ରହ ସତରେ ପ୍ରଶଂସନୀୟ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହାସହ ଆଜିର ଯୁବପୀଢ଼ି କେବଳ ସୋସିଆଲ ମିଡ଼ିଆରେ ସୀମିତ ନୁହଁନ୍ତି, ବରଂ ସେମାନେ ଖେଳ, ସମାଜ ଓ ନେତୃତ୍ୱରେ ମଧ୍ୟ ନୂଆ ପରିଚୟ ସୃଷ୍ଟି କରୁଛନ୍ତି ବୋଲି ଇଂ ଘଡ଼ାଇ ମତପ୍ରକାଶ କରିଛନ୍ତି। ଆଜି ଦାନଗଦି ବ୍ଲକ ନଛିପୁରା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଂ ଘଡାଇ । ଆୟୋଜକ ମାନଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।




















