ଓଡ଼ିଶା ଲିଡ୍ସ(ଯାଜପୁର): କାଙ୍କଡ଼ପାଳ ଗ୍ରାମରେ ବାବା ବଟେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବାଙ୍କ ଦର୍ଶନ କରିବା ସହିତ ପୂଜାପାଠ କରି ଆଶୀର୍ବାଦ କାମନା କରିଥିଲେ।
ଏହି ପବିତ୍ର ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ଆଧ୍ୟାତ୍ମିକ ଉତ୍ସବରେ ଯୋଗଦେଇ ଇଂ ଘଡାଇ କହିଛନ୍ତି ପ୍ରଭୁ ବଟେଶ୍ୱରଙ୍କ ଆଶିର୍ବାଦ ସମସ୍ତଙ୍କୁ ଶୁଖ ସମୃଦ୍ଧି ପ୍ରଦାନ କରୁ ।




















