ଓଡ଼ିଶା ଲିଡ୍ସ(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ତାଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିଲା ବେଳେ
ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମନ୍ତ୍ରୀଙ୍କ ଗାଡି ସମ୍ମୁଖରେ ଯାଉଥିବା ପାଇଲଟ ଗାଡ଼ି ଆଗରେ ହମ୍ପସ ଥିବାରୁ ହଠାତ୍ ବ୍ରେକ୍ ମାରିଥିଲା । ଏହି ସମୟରେ ମନ୍ତ୍ରୀଙ୍କ ଗାଡି ପାଇଲଟ ଗାଡିକୁ ପଛରୁ ଧକ୍କା ଦେଇଥିଲା । ମନ୍ତ୍ରୀ ଅନ୍ୟଏକ ଗାଡ଼ିରେ ମୟୁରଭଞ୍ଜ ଗସ୍ତ କରିଥିଲେ ।




















