Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ବିଜେଡି ବିବାଦ: ଉପର ସ୍ତର ବିବାଦ ପାଇଁ ତୃଣମୂଳ ସ୍ତରରେ ଭୁଶୁଡୁଛି ସଂଗଠନ

ବିଜେଡି ବିବାଦ: ଉପର ସ୍ତର ବିବାଦ ପାଇଁ ତୃଣମୂଳ ସ୍ତରରେ ଭୁଶୁଡୁଛି ସଂଗଠନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୨୦୨୪ ନିର୍ବାଚନରେ ଦଳ ପରାଜିତ ହେବା, ନୂଆପଡା ଉପନିର୍ବାଚନରେ ଦଳ ପରାଜିତ ହେବା ସହିତ ତୃତୀୟ ସ୍ଥାନକୁ ଖସି ଆସିବା, କଂଗ୍ରେସକୁ ବିରୋଧ କରି ଦଳ ଗଢ଼ା ଯାଇଥିଲେ ମଧ୍ୟ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସହିତ ହାତ ମିଳାଇବା ଓ ମିଳିତ ପ୍ରାର୍ଥୀ ପରାଜିତ ହେବା ୨୪ ବର୍ଷର ରାଜ୍ୟ ଶାସନ କରିଥିବା ବିଜେଡିକୁ ଅସମ୍ଭବ ଚାପରେ ପକାଇ ସାରିଛି । ପୂର୍ବରୁ ବିଜେଡିରେ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡୁଥିଲା । ଏବେ ସମୟ ବଦଳି ଯାଇଛି ଦଳର ନେତା ଓ କର୍ମୀ ସିଧା ଦଳ ସଭାପତି ନବୀନ ପଟ୍ଟନାୟକ, ଭି.କେ.ପାଣ୍ଡିଆନଙ୍କ ଠାରୁ ନେଇ ଅନ୍ୟମାନଙ୍କ ବିରୁଦ୍ଧରେ ବିଶୋଦ୍ଗାର କରିବାକୁ ସାମାନ୍ୟ ସଙ୍କୋଚ କରୁନାହାନ୍ତି । କ୍ଷମତା ଯାଇଥିଲା ବେଳେ ଦଳୀୟ ସଙ୍ଗଠନକୁ କିଭଳି ମଜବୁତ କରାଯିବ, ସରକାରଙ୍କ ଭୁଲ ପଦକ୍ଷେପ ବିରୁଦ୍ଧରେ କିଭଳି ସ୍ୱର ଉତ୍ତୋଳନ କରାଯିବ ସେ ନେଇ ଦଳ ଚିନ୍ତା କରିବା ପରିବର୍ତ୍ତେ ଦଳୀୟ ନେତାଙ୍କୁ ନିଲମ୍ବିତ କରି ଚାଲିଛନ୍ତି । ନିଲମ୍ବିତ ନେତାଙ୍କ ବିରୁଦ୍ଧରେ ମଧ୍ୟ ଅନ୍ୟ ଗୋଷ୍ଠୀକୁ ଲଗାଇ ପ୍ରତିବାଦ, କୁଶପୁତ୍ତଳିକା ଦାହ ଭଳି ପଦକ୍ଷେପ ନେଉଛି ଦଳ । ହେଲେ ଯେଉଁ ବିନ୍ଦୁକୁ ନେଇ ନେତା ଓ କର୍ମୀ ସ୍ୱର ଉତ୍ତୋଲନ କରୁଛନ୍ତି ସେ ବିଷୟରେ ମୁହଁ ଖୋଲୁ ନାହାନ୍ତି କି ସ୍ପଷ୍ଟୀକରଣ ଦେଉ ନାହାନ୍ତି । ଯାହା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରୁଛି । ଦଳରୁ ନିକଟରେ ନିଲମ୍ବିତ ବିଧାୟକ ଓ ବିଧାୟିକା ମାନେ ନିଲମ୍ବନ ହେଲା ପରେ ଅଧିକ ପ୍ରତିକ୍ରିୟା ଶୀଳ ହୋଇ ପଡିଛନ୍ତି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ମୋତେ ବହିଷ୍କାର କରିଥିଲେ ଖୁସି ହୋଇ ଥାଆନ୍ତି । ଯାହା ଦୁଇଟି ଦିଗକୁ ଇଙ୍ଗିତ କରୁଛି ପ୍ରଥମତ ସୌଭିକ ବିଜେଡିର ଭବିଷ୍ୟତ ଅନ୍ଧାର ବୋଲି ଆକଳନ କରି ସାରିଲେଣି ଦ୍ଵିତୀୟତ ସେ ଆଉ କେବେ ବିଜେଡିକୁ ଫେରିବେ ନାହିଁ ବୋଲି ନିଷ୍ପତି ନେଇ ସାରିଲେଣି । ଅନ୍ୟପକ୍ଷରେ ନିଲମ୍ବିତ ନେତା ଓ ଅନ୍ୟ ବରିଷ୍ଠ ନେତା ମାନେ ବିଜୁ ଲିଗାସୀ କଥା କହି ଆଗକୁ ଅନ୍ୟଏକ ବିକଳ୍ପ ଆଞ୍ଚଳିକ ଦଳ ଗଠନ ନେଇ ଇଙ୍ଗିତ ମଧ୍ୟ ଦେଇଛନ୍ତି ।

ଏହି ଉପର ମହଲ ବିବାଦ କିନ୍ତୁ ତୃଣମୂଳ ସ୍ତରରେ ଦଳକୁ ବ୍ୟାପକ କ୍ଷତି ପହଞ୍ଚାଇବା ପାଇଁ ଯଥେଷ୍ଟ ହୋଇଛି । ପରାଜୟ ପରେ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଉଥିଲା ବେଳେ କିଛି ବିଧାୟକ ଓ ପୂର୍ବତନ ବିଧାୟକ ସେମାନଙ୍କୁ ଦଳ ସହିତ ଯୋଡି ରଖିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଯେଉଁ ମାନେ ବିଧାୟକ ଅଛନ୍ତି ସେମାନେ ଯେତିକି ପରିଶ୍ରମ କରୁନାହାନ୍ତି ପରାଜିତ ବିଧାୟକ ମାନେ ସେମାନଙ୍କ ଠାରୁ କାଇଁ କେତେଗୁଣ ଅଧିକ ପରିଶ୍ରମ କରୁଛନ୍ତି । ହେଲେ ସାଧାରଣ କର୍ମୀ କିନ୍ତୁ ଭିନ୍ନ ମତ ପୋଷଣ କରୁଛନ୍ତି । ଏଭଳି ସ୍ଥିତିରେ କର୍ମୀଙ୍କୁ ଦଳ ସହିତ ଯୋଡି ରଖିବା ନେତାଙ୍କ ପାଇଁ ଦୁରୁହ ବ୍ୟାପାର ହୋଇଛି । କିଛି ତୃଣମୂଳ ସ୍ତରର କର୍ମୀ ପ୍ରଶ୍ନ କରିଛନ୍ତି ଯାହା ପାଇଁ ଦଳ ୨୦୨୪ରେ ପରାଜିତ ହେଲା, ସମସ୍ତଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ପଦ ହରାଇଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ । ସେମାନଙ୍କୁ ନେଇ ନବୀନ ନିରବ କାହିଁକି ?

Leave a comment

Your email address will not be published. Required fields are marked *