Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେଡି ବିବାଦ: ଉପର ସ୍ତର ବିବାଦ ପାଇଁ ତୃଣମୂଳ ସ୍ତରରେ ଭୁଶୁଡୁଛି ସଂଗଠନ

ବିଜେଡି ବିବାଦ: ଉପର ସ୍ତର ବିବାଦ ପାଇଁ ତୃଣମୂଳ ସ୍ତରରେ ଭୁଶୁଡୁଛି ସଂଗଠନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୨୦୨୪ ନିର୍ବାଚନରେ ଦଳ ପରାଜିତ ହେବା, ନୂଆପଡା ଉପନିର୍ବାଚନରେ ଦଳ ପରାଜିତ ହେବା ସହିତ ତୃତୀୟ ସ୍ଥାନକୁ ଖସି ଆସିବା, କଂଗ୍ରେସକୁ ବିରୋଧ କରି ଦଳ ଗଢ଼ା ଯାଇଥିଲେ ମଧ୍ୟ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସହିତ ହାତ ମିଳାଇବା ଓ ମିଳିତ ପ୍ରାର୍ଥୀ ପରାଜିତ ହେବା ୨୪ ବର୍ଷର ରାଜ୍ୟ ଶାସନ କରିଥିବା ବିଜେଡିକୁ ଅସମ୍ଭବ ଚାପରେ ପକାଇ ସାରିଛି । ପୂର୍ବରୁ ବିଜେଡିରେ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡୁଥିଲା । ଏବେ ସମୟ ବଦଳି ଯାଇଛି ଦଳର ନେତା ଓ କର୍ମୀ ସିଧା ଦଳ ସଭାପତି ନବୀନ ପଟ୍ଟନାୟକ, ଭି.କେ.ପାଣ୍ଡିଆନଙ୍କ ଠାରୁ ନେଇ ଅନ୍ୟମାନଙ୍କ ବିରୁଦ୍ଧରେ ବିଶୋଦ୍ଗାର କରିବାକୁ ସାମାନ୍ୟ ସଙ୍କୋଚ କରୁନାହାନ୍ତି । କ୍ଷମତା ଯାଇଥିଲା ବେଳେ ଦଳୀୟ ସଙ୍ଗଠନକୁ କିଭଳି ମଜବୁତ କରାଯିବ, ସରକାରଙ୍କ ଭୁଲ ପଦକ୍ଷେପ ବିରୁଦ୍ଧରେ କିଭଳି ସ୍ୱର ଉତ୍ତୋଳନ କରାଯିବ ସେ ନେଇ ଦଳ ଚିନ୍ତା କରିବା ପରିବର୍ତ୍ତେ ଦଳୀୟ ନେତାଙ୍କୁ ନିଲମ୍ବିତ କରି ଚାଲିଛନ୍ତି । ନିଲମ୍ବିତ ନେତାଙ୍କ ବିରୁଦ୍ଧରେ ମଧ୍ୟ ଅନ୍ୟ ଗୋଷ୍ଠୀକୁ ଲଗାଇ ପ୍ରତିବାଦ, କୁଶପୁତ୍ତଳିକା ଦାହ ଭଳି ପଦକ୍ଷେପ ନେଉଛି ଦଳ । ହେଲେ ଯେଉଁ ବିନ୍ଦୁକୁ ନେଇ ନେତା ଓ କର୍ମୀ ସ୍ୱର ଉତ୍ତୋଲନ କରୁଛନ୍ତି ସେ ବିଷୟରେ ମୁହଁ ଖୋଲୁ ନାହାନ୍ତି କି ସ୍ପଷ୍ଟୀକରଣ ଦେଉ ନାହାନ୍ତି । ଯାହା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରୁଛି । ଦଳରୁ ନିକଟରେ ନିଲମ୍ବିତ ବିଧାୟକ ଓ ବିଧାୟିକା ମାନେ ନିଲମ୍ବନ ହେଲା ପରେ ଅଧିକ ପ୍ରତିକ୍ରିୟା ଶୀଳ ହୋଇ ପଡିଛନ୍ତି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ମୋତେ ବହିଷ୍କାର କରିଥିଲେ ଖୁସି ହୋଇ ଥାଆନ୍ତି । ଯାହା ଦୁଇଟି ଦିଗକୁ ଇଙ୍ଗିତ କରୁଛି ପ୍ରଥମତ ସୌଭିକ ବିଜେଡିର ଭବିଷ୍ୟତ ଅନ୍ଧାର ବୋଲି ଆକଳନ କରି ସାରିଲେଣି ଦ୍ଵିତୀୟତ ସେ ଆଉ କେବେ ବିଜେଡିକୁ ଫେରିବେ ନାହିଁ ବୋଲି ନିଷ୍ପତି ନେଇ ସାରିଲେଣି । ଅନ୍ୟପକ୍ଷରେ ନିଲମ୍ବିତ ନେତା ଓ ଅନ୍ୟ ବରିଷ୍ଠ ନେତା ମାନେ ବିଜୁ ଲିଗାସୀ କଥା କହି ଆଗକୁ ଅନ୍ୟଏକ ବିକଳ୍ପ ଆଞ୍ଚଳିକ ଦଳ ଗଠନ ନେଇ ଇଙ୍ଗିତ ମଧ୍ୟ ଦେଇଛନ୍ତି ।

ଏହି ଉପର ମହଲ ବିବାଦ କିନ୍ତୁ ତୃଣମୂଳ ସ୍ତରରେ ଦଳକୁ ବ୍ୟାପକ କ୍ଷତି ପହଞ୍ଚାଇବା ପାଇଁ ଯଥେଷ୍ଟ ହୋଇଛି । ପରାଜୟ ପରେ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଉଥିଲା ବେଳେ କିଛି ବିଧାୟକ ଓ ପୂର୍ବତନ ବିଧାୟକ ସେମାନଙ୍କୁ ଦଳ ସହିତ ଯୋଡି ରଖିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଯେଉଁ ମାନେ ବିଧାୟକ ଅଛନ୍ତି ସେମାନେ ଯେତିକି ପରିଶ୍ରମ କରୁନାହାନ୍ତି ପରାଜିତ ବିଧାୟକ ମାନେ ସେମାନଙ୍କ ଠାରୁ କାଇଁ କେତେଗୁଣ ଅଧିକ ପରିଶ୍ରମ କରୁଛନ୍ତି । ହେଲେ ସାଧାରଣ କର୍ମୀ କିନ୍ତୁ ଭିନ୍ନ ମତ ପୋଷଣ କରୁଛନ୍ତି । ଏଭଳି ସ୍ଥିତିରେ କର୍ମୀଙ୍କୁ ଦଳ ସହିତ ଯୋଡି ରଖିବା ନେତାଙ୍କ ପାଇଁ ଦୁରୁହ ବ୍ୟାପାର ହୋଇଛି । କିଛି ତୃଣମୂଳ ସ୍ତରର କର୍ମୀ ପ୍ରଶ୍ନ କରିଛନ୍ତି ଯାହା ପାଇଁ ଦଳ ୨୦୨୪ରେ ପରାଜିତ ହେଲା, ସମସ୍ତଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକ ପଦ ହରାଇଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ । ସେମାନଙ୍କୁ ନେଇ ନବୀନ ନିରବ କାହିଁକି ?

Leave a comment

Your email address will not be published. Required fields are marked *