ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ପାଲ ହାଇଟ୍ସ ଛକ ନିକଟରେ ଏକ କାରରେ ନିଆଁ ଲାଗି ଜଳି ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା । ନିଆଁ ଲାଗିବା ଫଳରେ ଭୟରେ ଗାଡି ଛାଡି ଯାତ୍ରୀ ମାନେ ଓହ୍ଲାଇ ଯାଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଅଗ୍ନିକାଣ୍ଡ ଫଳରେ ଜୟଦେବ ବିହାରରୁ ଜାଭିୟର ଛକ ଯାଏ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ହୋଇଥିଲା ।




















