ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ମନରୁ ନଲିଭୁଣୁ ଆଉ ଏକ ଲଘୁଚାପ ଏବେ ସକ୍ରିୟ ହୋଇଛି । ଏହା ଯଦି ବାତ୍ୟାର ରୂପ ନିଏ ତେବେ ତାହାର ନା ମୁରାସୁ । ମୁରାସୁ ହେଉଛି ଏକ ତାମିଲ ଶବ୍ଦ। ଏହାର ଅର୍ଥ ବଡ଼ ଢୋଲ। ଯୁଦ୍ଧ ସମୟରେ ଏହି ଢୋଲ ବ୍ୟବହାର କରାଯାଏ । କେବଳ ଯୁଦ୍ଧ ନୁହେଁ ପୁରାତନ କାଳରେ ଯୁଦ୍ଧ ଘୋଷଣା ସହିତ ରାଜକୀୟ ଘୋଷଣା ଏବଂ ସାଧାରଣ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ପାଇଁ ଏହି ଢୋଲ ବଜାଯାଉଥିଲା। ତାମିଲ ସଂସ୍କୃତି ଓ ପରମ୍ପରା ସହ ଏହି ନାମର ଗଭୀର ସମ୍ପର୍କ ରହିଛି । ବିଶେଷ କଥା ହେଉଛି, ଏହି ବାତ୍ୟାର ନାମ ଭାରତ ପକ୍ଷରୁ ପ୍ରସ୍ତାବିତ ନାମ ଅନୁସାରେ ନାମିତ ହେବ । ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ନାମକରଣ ପାଇଁ ଥିବା ତାଲିକାରେ ଭାରତ ଏହି ନାମ ଦେଇଛି ।



















