Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରାଜ୍ୟରେ ଜୋର ଧରୁଛି GEN-Z ଚର୍ଚ୍ଚା, ଯୁବଗୋଷ୍ଠିକୁ ମନାଇ ଏକତ୍ରିତ କରିବାକୁ ଡ୍ୟାନିଙ୍କ ଉଦ୍ୟମ

ରାଜ୍ୟରେ ଜୋର ଧରୁଛି GEN-Z ଚର୍ଚ୍ଚା, ଯୁବଗୋଷ୍ଠିକୁ ମନାଇ ଏକତ୍ରିତ କରିବାକୁ ଡ୍ୟାନିଙ୍କ ଉଦ୍ୟମ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନେପାଳରେ ଜେନ-ଜି ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ନିଜର ହକ ପାଇଁ ଯୁବ ଗୋଷ୍ଠି ଏକତ୍ରିତ ହେଲେ କେଉଁ ପରିସ୍ଥିତି ସୃଷ୍ଟି ହୁଏ ନେପାଳ ଆନ୍ଦୋଳନ ତାର ଜ୍ୱଳନ୍ତ ଉଦାହରଣ । ନେପାଳରେ ସରକାର ପରିବର୍ତ୍ତନ ପରେ ଜେନ-ଜି ଆଲୋଚନା ପ୍ରାୟତଃ ଥମି ଯାଉଥିଲା ବେଳେ ଓଡ଼ିଶାରେ ଏବେ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଓଡ଼ିଶା ଏବେ ଜେନ-ଜି ଅପେକ୍ଷାରେ ? ଲେଖି ନିଜ ଫେସବୁକ ଏକାଉଣ୍ଟରେ ସେୟାର କରିଥିଲେ । ଏହା ବେଶ ଭାଇରାଲ ହୋଇଥିଲା । କିଛି ଲୋକ ଏହାର ମର୍ମ ବୁଝିବାକୁ ଅକ୍ଷମ ହୋଇଥିଲେ । ଡ୍ୟାନି ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କିଛି ଲୋକ ମତ ଦେଲେ । ହେଲେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଏହି ଡାକରା ବୋଲି ବେଶ କିଛିଦିନ ପରେ ବୁଝୁଥିଲେ । ଏହାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିଲା ବେଳେ ବିଜେଡି ଛାତ୍ର ସଂସଦ ନିର୍ବାଚନ ନକଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା । ଏବେ ଛାତ୍ର ସଂସଦ ନିର୍ବାଚନ ଦାବି କରିଛି କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନେଇ ବିବୃତି ଦେଲେ । ହେଲେ ସରକାର ସେଭଳି କିଛି ଠୋସ ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି ।

ପୁନର୍ବାର ଡ୍ୟାନି ଆଉ ଏକ ପୋଷ୍ଟ କରିଛନ୍ତି । ସେଥିରେ ଲେଖିଛନ୍ତି ଛାତ୍ର ସଂସଦ ନିର୍ବାଚନ ଅପେକ୍ଷାରେ ଜେନ-ଜି । ଏହା ମଧ୍ୟ ବେଶ ଭାଇରାଲ ହୋଇଛି । ଅନ୍ୟ କିଛି ନଲେଖିଲେ ମଧ୍ୟ ଏହି ପୋଷ୍ଟରେ ଛାତ୍ରଛାତ୍ରୀଙ୍କ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଥିବା ଇଙ୍ଗିତ କରିଛନ୍ତି ଡ୍ୟାନି । ଜଣେ ଯୁବନେତା ଭାବେ ଡ୍ୟାନି ରାଜ୍ୟରେ ବେଶ ପରିଚିତ ଓ ଲୋକପ୍ରିୟ ମଧ୍ୟ । କେବେ କାହା ବିରୁଦ୍ଧରେ ବିବୃତି ଦେବା କିମ୍ବା ଆକ୍ଷେପ କରିବା ତାଙ୍କ ମୁହଁରୁ ଶୁଣାଯାଏ ନାହିଁ । ଗଣମାଧ୍ୟମରେ ରହି ନିଜକୁ ପ୍ରଚାରିତ କରିବାକୁ ପସନ୍ଦ କରନ୍ତି ନାହିଁ । ଗତ ନିର୍ବାଚନରେ ପରାଜିତ ହେବା ନେଇ ଚର୍ଚ୍ଚାର ଅନ୍ତ ଘଟିନାହିଁ । ଦଳୀୟ କନ୍ଦଳ ଓ ଗୋଡ଼ଟଣା କାରଣରୁ ସେ ଯେ ପରାଜିତ ହୋଇଛନ୍ତି ତାହାର ପ୍ରମାଣ ବେଶ କିଛିଦିନ ତଳେ ଭାଇରାଲ ହୋଇଥିଲା । ଏହାକୁ ନେଇ ମଧ୍ୟ ନିଜ ପ୍ରତିକ୍ରିୟା ନଦେଇ ନୀରବତା ଅବଲମ୍ବନ କରିଛନ୍ତି । ପରାଜିତ ହେଲା ପରେ ମଧ୍ୟ ନିଜ ଅଞ୍ଚଳ ସହିତ ଯୋଡି ହୋଇ ରହିଛନ୍ତି । ଲୋକଙ୍କ ସହିତ ମିଶି ପରାଜୟ ପାଇଁ ବରଂ ନିଜକୁ ଦାୟୀ କରିଛନ୍ତି । ଲୋକଙ୍କୁ କହିଛନ୍ତି ଅଧିନାୟକ ମୁଁ ଥିଲି, ମୋ ରଣନୀତିରେ ତ୍ରୁଟି ରହିବାରୁ ହାରିଗଲି । ଜୟ ପରାଜୟ ଦୁଇଟି ଅଂଶ । ମୁଁ ଆପଣଙ୍କ ସହିତ ଥିଲି, ରହିଛି ଓ ରହିବି । ଏହାପରେ ନିଜ ସଂଗଠନ ସଜାଡି ଏକ ବର୍ଷ ପରେ କଳା ଦିବସ ପାଳନ କରି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି । ନିଜ ଅଞ୍ଚଳରେ ପୋଲିସର ବର୍ବର କାଣ୍ଡକୁ ନେଇ ଏସ୍ପିଙ୍କୁ ତାଗିଦ କରି ଆଇନର ପାଠ ପଢ଼ାଇଛନ୍ତି । ରାସ୍ତା ଉପରେ ପ୍ରଶାସନ ସହିତ ମୁହାଁ ମୁହିଁ ହୋଇଛନ୍ତି । ପୋଲିସ ତାଙ୍କ ନାମରେ ମାମଲା କରିଛି । ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖି ବେଶ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।

ଦଳ ଯେତେବେଳେ ମୁଖ୍ୟ ଵିରୋଧି ଦଳ ଭାବେ ଚୁପ ହୋଇ ଯାଇଥିଲା ସେତିକିବେଳେ ନିଜେ ଆଗକୁ ବାହାରି ଦଲର କର୍ମୀଙ୍କ ମନରେ ଉତ୍ସାହ ଭରିଛନ୍ତି । ପ୍ରଶାସନ ବିରୁଦ୍ଧରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ରଣ ହୁଙ୍କାର ଦେଇଛନ୍ତି । କର୍ମୀ ବି ଆଶା ବାନ୍ଧିଛନ୍ତି ତାଙ୍କ ନେତୃତ୍ୱରେ ସେମାନେ ଆଗକୁ ଯିବେ । ବିଗତ ଦିନରେ ଦଳ ତାଙ୍କୁ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ଦେଇଛି । ସେଠାରେ ଦଳକୁ ସଙ୍ଗଠିତ କରି ସଫଳ କରିଛନ୍ତି । ସରକାରରେ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ବୈଷୟିକ ବିକାଶ ଶିକ୍ଷାମନ୍ତ୍ରୀ ଭାବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ହେଲେ ଦଳ ଏଭଳି ଜଣେ ଯୁବ ନେତାଙ୍କୁ ଯେତିକି ଗୁରୁତ୍ୱ ଓ ପ୍ରାଧାନ୍ୟ ଦେବା କଥା ତାହା ଦେଇନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏହାର ବି ବିରୋଧ କରି ନାହାନ୍ତି ଡ୍ୟାନି । ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ଦଳୀୟ ନିଷ୍ପତ୍ତିକୁ ସବୁ ସମୟରେ ସମ୍ମାନ ଦେଇଛନ୍ତି । ଯାହା ତାଙ୍କୁ ଅଧିକ ଲୋକପ୍ରିୟ କରାଇଛି ।

ଦଳ ଯେତେବେଳେ ବିଭିନ୍ନ କାରଣକୁ ନେଇ ଏବେ ସଙ୍କଟ ମଧ୍ୟରେ ଗତି କରୁଛି ଠିକ ସେତିକି ବେଳେ ଜେନ-ଜି କଥା ଉଠାଇ ଛାତ୍ରଛାତ୍ରୀ ଓ ଯୁବକଙ୍କ ମଧ୍ୟରେ ନୂଆ ବିଶ୍ୱାସ ଜନ୍ମାଇଛନ୍ତି । ସେମାନଙ୍କୁ ଏକତ୍ରିତ କରିବାକଜ8 ଉଦ୍ୟମ କରିଛନ୍ତି । ଛାତ୍ର ଓ ଯୁବ ସମାଜ ଦେଶର ଭବିଷ୍ୟତ । ସେମାନେ ଯୁବାବସ୍ଥାରେ ବେଶ ଅମାନିଆ ହୋଇ ପଡ଼ନ୍ତି । ସେମାନଙ୍କୁ ଏକତ୍ରିତ କରି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇଲେ ସେମାନେ ଅସମ୍ଭବକୁ ଯେ ସମ୍ଭବ କରିବେ ଏହା ଠିକ ଜାଣିଛନ୍ତି ଡ୍ୟାନି । ଯୁବ ଓ ଛାତ୍ର ସମାଜ ବିପଥଗାମୀ ହେଲେ ରାଜ୍ୟର ତଥା ଦେଶର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ । ସେମାନଙ୍କୁ ଏକତ୍ରିତ କରି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ଡ୍ୟାନି ତାହା ଧିରେ ଧିରେ ବେଶ ଗ୍ରହଣୀୟ ହେଉଛି । ଜେନ-ଜିର ଉଦାହରଣ ଦେଇ ଯୁବ ଓ ଛାତ୍ର ସମାଜ ଭିତରେ ଯେଉଁ ନୂତନ ଉତ୍ସାହ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଡ୍ୟାନି ଏହା ସମୟ ଉପଯୋଗୀ ବୋଲି ବହୁ ବୁଦ୍ଧିଜୀବି ମଧ୍ୟ ମତ ଦେଉଛନ୍ତି ।

Leave a comment

Your email address will not be published. Required fields are marked *