Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > କୋରେଇରେ ବବି ଆକାଶଙ୍କ ଲଢେଇ: ଡ୍ୟାନିଙ୍କ ବିକାଶ କାର୍ଯ୍ୟକୁ ଝୁରୁଛନ୍ତି କୋରେଇବାସୀ

କୋରେଇରେ ବବି ଆକାଶଙ୍କ ଲଢେଇ: ଡ୍ୟାନିଙ୍କ ବିକାଶ କାର୍ଯ୍ୟକୁ ଝୁରୁଛନ୍ତି କୋରେଇବାସୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୧୯ ତାରିଖ ଦିନ ପ୍ରଣବ ପ୍ରକାଶ ଦାସ(ବବି) କୋରେଇ ନିର୍ବାଚନ ମଣ୍ଡଳୀରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ । ଆଗାମି ଦିନରେ କୋରେଇକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଏହି ବନ୍ଧୁ ମିଳନରେ । କୋରେଇକୁ ଯଶୋଦା ମା ବୋଲି କହିଥିଲେ । ଏହାକୁ ନେଇ କୋରେଇ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଚୁପ ବସିନଥିଲେ । ଆକାଶ କହିଥିଲେ ହାରିଲା ପରେ ମା ମନେ ପଡିଲେ । କେବଳ ଏତିକିରେ ଚୁପ ବସିନଥିଲେ ଆକାଶ । ଗୋଟିଏ ଦିନ ପରେ ଶତାଧିକ ବିଜେଡି କର୍ମୀଙ୍କୁ ନିଜ ଶିବିରରେ ସାମିଲ କରି ଆଗାମି ଦିନରେ ସେ ନିରବ ବସିବେ ନାହିଁ ବୋଲି ସଂକେତ ବି ଦେଇଥିଲେ । କୋରେଇରେ ବିଧାୟକ ଆକାଶ ଓ ଯାଜପୁରର ପୂର୍ବତନ ବିଧାୟକ ବବିଙ୍କ ମଧ୍ୟରେ ପାୱାର ପଲିଟିକ୍ସ ଆରମ୍ଭ ହୋଇଥିଲା ବେଳେ କୋରେଇବାସୀ କିନ୍ତୁ ନିଜ ଅତୀତକୁ ଖୋଜୁଛନ୍ତି ।

ଆଜକୁ ଦଶ ବର୍ଷ ତଳେ କୋରେଇରେ ବିକାଶର ଭିତ୍ତିଭୂମି ସ୍ଥାପନ ହୋଇଥିଲା । ଆଉ ଏହି ବିକାଶ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ କୋରେଇର ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ଜଣେ ନବ ଯୁବକ ଭାବେ ରାଜନୀତିରେ ପାଦ ଦେଇ ବିଧାୟକ ହୋଇଥିଲେ ଇଂ ଘଡାଇ(ଡ୍ୟାନି)। ବିଧାୟକ ହେଲା ପରେ ନିଜ ସ୍ୱପ୍ନର ନିର୍ବାଚନ ମଣ୍ଡଳୀ ଗଢିବାର ମେଞ୍ଚାଏ ସ୍ୱପ୍ନ ନେଇ ଆଗକୁ ବଢିଥିଲେ । ନିର୍ବାଚନ ପୂର୍ବରୁ କୋରେଇର ବିଭିନ୍ନ ସମସ୍ୟା ସହିତ ଜଡିତ ଥିବା ଡ୍ୟାନି ନିର୍ବାଚନ ସମୟରେ ନିଜ ପ୍ରଚାର ପାଇଁ ଗଳିକନ୍ଦିରେ ବୁଲିଲା ବେଳେ ବିଭିନ୍ନ ସମସ୍ୟାକୁ ନିଜେ ପରଖିବା ସହିତ ସମାଧାନର ନୀଳ ନକ୍ସା ବି ପ୍ରସ୍ତୁତ କରିଥିଲେ । ବିଜୟୀ ହେବା ପରେ ନିଜ ଅଙ୍କିତ ନକ୍ସାକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

ନିଜ ସମୟରେ ମଥୁରାପୁର ସେତୁ ନିର୍ମାଣ କରିବାକୁ ପ୍ରଥମ ପଦକ୍ଷେପ ନେଇଥିଲେ । ସେତୁ ନିର୍ମାଣ ଫଳରେ ଯାଜପୁର ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଳଜର ସଂଯୋଗ ହୋଇଥିଲା । ଫଳରେ କୋରେଇ ବ୍ଳକର ବରୁଣ୍ଡାଇ ବଜାର ଏବେ ଏକ ପ୍ରମୁଖ ବ୍ୟବସାୟ ସ୍ଥଳରେ ପରିଣତ ହୋଇଛି । ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାରକଣା ବିଦ୍ୟୁତ ଗ୍ରୀଡ଼ ସ୍ଥାପନ କରିଥିଲେ । ବିଭିନ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଧନ ଜୀବନ ହାନି ହେଉଥିଲା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ବରୁଣ୍ଡାଇ ଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ କରିଥିଲେ । ଡ୍ୟାନି ନିଜ ସମୟରେ ରଗଡି ଠାରେ ପଲିଟେକ୍ନିକ କଲେଜ ସ୍ଥାପନ କରିଥିଲେ । ଯାହା ଏବେ ରାଜ୍ୟର ଏକ ନମ୍ବର ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ କଲେଜର ମାନ୍ୟତା ପାଇଛି । ଗତ ସରକାର ସମୟରେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିବା ସମୟରେ ଏହି କଲେଜକୁ ସେଣ୍ଟର ଅଫ ଏକସିଲେନ୍ସ ମାନ୍ୟତା ପ୍ରଦାନ କରିବାର ବ୍ୟବସ୍ଥା କରି କଲେଜର ଗରିମା ବୃଦ୍ଧି କରିଥିଲେ । ନିଜ ସମୟରେ ଏହି ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଳକର ଟିକରପଡା-ଭୋଟକା ନଦୀ ବନ୍ଧ ସୁଦୃଢ଼ୀ କରଣ କାର୍ଯ୍ୟ ସହିତ ପ୍ରଶସ୍ଥି କରଣ କରି ଗମନାଗମନ ସହିତ ବନ୍ୟା ପ୍ରତିରୋଧ ବ୍ୟବସ୍ଥା କରିଥିଲେ । ଏହା ସହିତ ଗମନାଗମନର ଅନ୍ୟ ଏକ ପ୍ରମୁଖ ମାର୍ଗ ହୋଇଛି ଦଳା ଛକରୁ ଶଙ୍ଖଚିଲା ଦେଇ ସୋତି ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା । ଏହା ସହିତ ଡ୍ୟାନିଙ୍କ ଉଦ୍ୟମରେ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହିତ କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟାପକ ଉନ୍ନତି ସମ୍ଭବ ହୋଇଥିଲା । ବ୍ୟାସନଗରର ପ୍ରମୁଖ ବଜାର ରାସ୍ତାକୁ ମଧ୍ୟ ତାଙ୍କ ଉଦ୍ୟମରେ ଦୋହରି କରଣ କରାଯାଇଥିଲା । ବିଶେଷ କରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଛୋଟ ବଡ଼ ସେତୁ ନିର୍ମାଣ କରାଯାଇ ସବୁ ଅଞ୍ଚଳକୁ ସଂଯୋଗ କରାଯାଇ ପାରିଥିଲା ।

କୋରେଇବାସୀ ଡ୍ୟାନିଙ୍କ ସମୟରେ ବିକାଶକୁ ପ୍ରତ୍ୟୟ କରିଥିଲା ବେଳେ ୨୦୧୪ ନିର୍ବାଚନରେ ତାଙ୍କ ଟିକେଟ ପରିବର୍ତ୍ତନ କରାଯାଇ ତାଙ୍କୁ ସୁକିନ୍ଦାରୁ ପ୍ରାର୍ଥୀ କରାଯାଇଥିଲା । ଏହାକୁ ନେଇ କୋରେଇବାସୀ ବେଶ କ୍ଷୁବ୍ଧ ହୋଇଥିଲେ । ଏହା ପରେ ଥରେ ଆକାଶ ଓ ଥରେ ଅଶୋକ ବଳ କୋରେଇର ବିଧାୟକ ହୋଇଥିଲେ । ଉଭୟ ଶାସକ ଦଳର ବିଧାୟକ ହୋଇଥିଲେ ମଧ୍ୟ କୋରେଇରେ ବିକାଶ କିନ୍ତୁ ପଛେଇ ଯାଇଥିଲା । ଏବେ ଆକାଶ ଓ ବବିଙ୍କ ମଧ୍ୟରେ ରାଜନୈତିକ ଲଢେଇ ଆରମ୍ଭ ହୋଇଥିଲା ବେଳେ କୋରେଇବାସୀ କିନ୍ତୁ ଅତୀତକୁ ଖୋଜୁଛନ୍ତି । ଯେଉଁ ଅତୀତ ତାଙ୍କୁ ବିକାଶ ସହିତ ଯୋଡି ବିକଶିତ କୋରେଇର ସ୍ୱପ୍ନ ଦେଖାଇ ସାକାର ବି କରିଥିଲା । ଆଉ ସମୟ ପରିବର୍ତ୍ତନ ସହିତ ଅଟକି ବି ଗଲା ।

Leave a comment

Your email address will not be published. Required fields are marked *