Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ଡ୍ୟାନିଙ୍କ ଲୋକପ୍ରିୟତାରେ ଵିରୋଧି ଚିନ୍ତିତ: ସାଉଁଟି ଚାଲିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମର୍ଥନ

ଡ୍ୟାନିଙ୍କ ଲୋକପ୍ରିୟତାରେ ଵିରୋଧି ଚିନ୍ତିତ: ସାଉଁଟି ଚାଲିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମର୍ଥନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କୁ ତାଙ୍କ ପୁରା ନାମରେ ଯେତିକି ଲୋକ ନ ଜାଣନ୍ତି ଡ୍ୟାନି ନାମରେ ଅଧିକ ଜାଣନ୍ତି । ଲଗାତାର ତିନିଥର ବିଧାୟକ ହେଲା ପରେ ଗତ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ହେଲେ ପରାଜୟକୁ ବେଶ ଖେଳୁଆଡ଼ ମନୋଭାବରେ ନେଇଥିଲେ । ରାଜନୀତିରେ ଜୟ ପରାଜୟ ଅଛି କହି ପରାଜୟର ଦୋଷ କର୍ମୀ କିମ୍ବା ସହଯୋଗୀଙ୍କ ଉପରେ ନ ଲଦି ନିଜ ମୁଣ୍ଡକୁ ନେଇଥିଲେ । ପରାଜୟ ପରେ ତାଙ୍କ ଆଭିମୁଖ୍ୟ କଣ ହେବ ସେ ନେଇ ଵିରୋଧି ଖୁବ ପ୍ରଚାର କରିଥିଲେ । ହେଲେ ସବୁ ଆଲୋଚନା ସମାଲୋଚନାକୁ ପଛରେ ଛାଡି ନିଜ ନିର୍ବାଚନ ମଣ୍ଡଳୀ ସହିତ ଯୋଡି ହୋଇ ରହିଛନ୍ତି । ନିଜ ଆଭିମୁଖ୍ୟରେ କିନ୍ତୁ ପରିବର୍ତ୍ତନ କରିଛନ୍ତି । ନିଜ ଅଞ୍ଚଳ ପ୍ରତି ଓ ନିଜ ଅଞ୍ଚଳର ଲୋକଙ୍କ ପ୍ରତି ଅଧିକ ଦାୟିତ୍ୱବାନ ହୋଇଛନ୍ତି । ସରକାର ବଦଳିବା ପରେ ଓ ସୁକିନ୍ଦାର ନେତୃତ୍ୱ ବଦଳିବା ପରେ ଶାନ୍ତ ସୁକିନ୍ଦା ଯେତେବେଳେ ଅଶାନ୍ତ ହୋଇଛି ସେତେବେଳେ ସେ ସ୍ୱର ଉଠାଇଛନ୍ତି । ପ୍ରଶାସନ ନିଜ ଦାୟିତ୍ୱ ସଠିକ ଭାବେ ନିର୍ବାହ ଯେତେବେଳେ ନକରିଛି ସେତେବେଳେ ସେ ପ୍ରଶାସନକୁ ତାଗିଦ କରିଛନ୍ତି । ନିଜ ଅଞ୍ଚଳର ଲୋକଟିଏ ମରିଗଲେ ନିଜ ପରିବାର ଲୋକଭଳି ସ୍ମଶାନ ଘାଟକୁ ଯାଇଛନ୍ତି । ରାତି ଅଧରେ ମେଡ଼ିକାଲ ଯାଇ ରୋଗୀଙ୍କୁ ଉଚିତ ଚିକିତ୍ସା ସେବା ମିଳୁଛିନା ନାହିଁ ତାକୁ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ସମୟ ନ ବିତାଇ ନିଜ ଅଞ୍ଚଳରେ ଅଧିକ ସମୟ ବିତାଇ ଵିରୋଧିଙ୍କ ଅପ ପ୍ରଚାର ଯେ ନିରାଧାର ତାକୁ ପ୍ରମାଣିତ କରିଛନ୍ତି ।

ତାଙ୍କ ବଦଳା ଆଭିମୁଖ୍ୟ, ତାଙ୍କୁ ବଦଳାଇ ଅନ୍ୟକୁ ନେତୃତ୍ୱ ଦେଇଥିବା ସୁକିନ୍ଦାବାସୀଙ୍କ ଚିନ୍ତା ଓ ଚେତନାକୁ ବେଶ ପ୍ରଭାବିତ କରିଛି । ବିଭିନ୍ନ କାର୍ଯ୍ୟରେ ତାଙ୍କୁ ଯୋଗଦେବାକୁ ଅନୁରୋଧ କରୁଥିବା ଲୋକମାନଙ୍କୁ ନିରାଶ ନକରି ସବୁ ଠାରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଲୋକଙ୍କ ସୁଖ ଦୁଃଖ ଶୁଣୁଛନ୍ତି ଡେରି ରାତି ପର୍ଯ୍ୟନ୍ତ । ପୁଣି ସକାଳୁ ଲୋକଙ୍କ ସହିତ ସାମିଲ ହେଉଛନ୍ତି । ସରକାର ନଥିଲା ବେଳେ ନିଜେ ବିଧାୟକ ଓ ମନ୍ତ୍ରୀ ନଥିଲା ବେଳେ ତାଙ୍କ ଲୋକପ୍ରିୟତା ବଢିବା ତାଙ୍କ ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତାଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବାକୁ ଵିରୋଧି ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ କୁତ୍ସାରଟନା କରି ଚାଲିଥିଲା ବେଳେ ତାର ପ୍ରଭାବ କିନ୍ତୁ ସୁକିନ୍ଦାବାସୀଙ୍କ ଉପରେ ପଡୁନାହିଁ । ନିଜେ କାହା ବିରୁଦ୍ଧରେ ପଦୁଟିଏ ନ କହି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଛନ୍ତି । ଵିରୋଧି ଯେତେ କୁତ୍ସାରଟନା କରୁଛନ୍ତି ତାକୁ ସେତେ ନାପସନ୍ଦ କରୁଛନ୍ତି ସାଧାରଣ ଲୋକେ । ହେଲେ ଏହାକୁ ଆଦୌ ଗୁରୁତ୍ୱ ନ ଦେଇ ଡ୍ୟାନି କିନ୍ତୁ ଆଗକୁ ଆଗକୁ ମାଡି ଚାଲିଛନ୍ତି ଓ ସାଉଁଟି ଚାଲିଛନ୍ତି ସୁକିନ୍ଦାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ।

Leave a comment

Your email address will not be published. Required fields are marked *