ଓଡ଼ିଶା ଲିଡ୍ସ(ଯାଜପୁର): କୌଣସି ଏକ ସଂଗୀତର ଭିଡିଓ ସୁଟିଂ ପାଇଁ ଯାଜପୁର ଜିଲ୍ଲା ଗଡ଼ମଧୁପୁର ଆସି ଫେରି ଯାଇଛନ୍ତି ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଅରିଜିତ ସିଂ ।

ଗଡମଧୁପୁର ପାହାଡ ପାଦ ଦେଶର ଥିବା ଜଗନ୍ନାଥ ମନ୍ଦିର ବୁଲି ଦେଖିଥିଲେ ଅରିଜିତ । ଅନେକ ଫିଲ୍ମ ଓ ସିରିଏଲ ଏଠାରେ ସୁଟିଂ ହୋଇଥାଏ । ଏହି ଅବସରରେ ଅରଜିତ ଗଡମଧୁପୁରର ମହାରଣୀଙ୍କୁ ଭେଟି ସୌଜନ୍ୟ ମୂଳକ ଆଲୋଚନା କରିଥିଲେ । ଏହା ପରେ ସେ ସ୍କୁଟିଧରି ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ସହିତ ବେଶ କିଛି ସମୟ ବୁଲାବୁଲି କରିବା ସହିତ ସେମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । ଆସନ୍ତା ମାସରେ ପୁଣି ସୁଟିଂପାଇଁ ଆସିବେ ବୋଲି ତାଙ୍କ ନିକଟରୁ ସୂଚନା ମିଳିଛି ।




















