ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବୈଦ୍ୟରାଜପୁର ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷୟିତ୍ରୀ ସେବତୀ ମହାନ୍ତି ଅବସର ଗ୍ରହଣ କରିଛନ୍ତି । ବଡ଼ ତ୍ରିଲୋଚନପୁର ପ୍ରାଥମିକ ବିଦ୍ୟାକୟରୁ ସେ ନିଜର ଶିକ୍ଷୟିତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ବୈଦ୍ୟରାଜପୁର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଭାବେ ସେ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ବେଶ ପରିଚିତ ଥିଲେ । ଡିସେମ୍ବର ମାସ ୩୧ ତାରିଖ ଦିନ ସେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମଣ୍ଡଳ ଶିକ୍ଷାଧିକାରୀ ଦେବିଲାଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲା ବେଳେ ଅନ୍ୟତମ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରୀ ନିର୍ମଳ ଚନ୍ଦ୍ର ଜେନା, ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହିମାଂଶୁ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ଜେନା ପ୍ରମୁଖ ଯୋଗଦାନ କରି ତାଙ୍କ ଶିକ୍ଷାପ୍ରଦାନ, ଛାତ୍ର ବତ୍ସଳ ଗୁଣ ଉପରେ ଆଲୋକପାତ କରି ତାଙ୍କ ଅବସର କାଳୀନ ଜୀବନ ସୁଖମୟ ହେବାର କାମନା କରିଥିଲେ । ଏହି ଅବସରରେ ତାଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀ ଫାଇନାଲ ପେନସନ କାଗଜପତ୍ର ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ନିଜ ଚାକିରି ଜୀବନର ସ୍ମୃତି ଚାରଣ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।




















