ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଦୁଇଟି ନିରବ ପ୍ରାର୍ଥନା ଆୟୋଜିତ ହୋଇଛି । ଗତକାଲି କଲେଜର ପ୍ରାକ୍ତନ ଅଧ୍ୟାପକ ହାରାଚାନ୍ଦ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଆଜି ପୂର୍ବାହ୍ନରେ ତାଙ୍କ ପାଇଁ ଏକ ନିରବ ପ୍ରାର୍ଥନା ଆୟୋଜିତ ହୋଇଥିଲା । ଅଧ୍ୟାପକଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ମର୍ମାହତ କରିଥିଲା ବେଳେ ଅପରାହ୍ନରେ ଖବର ଆସିଥିଲା ବରୀ-ଡେରାବିଶର ପୂର୍ବତନ ବିଧାୟକ ତଥା କଲେଜ ପରିଚାଳନା କମିଟିର ପୂର୍ବତନ ସଭାପତି କୁଳମଣି ରାଉତଙ୍କ ଦେହାନ୍ତ ହୋଇ ଯାଇଛି । ଏହା ପରେ ଆଉ ଏକ ନିରବ ପ୍ରାର୍ଥନା ଆୟୋଜିତ ହୋଇଥିଲା । ଉଭୟଙ୍କ ଦେହାନ୍ତ କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ବେଶ ମର୍ମାହତ କରିଥିଲା ।




















