ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେପି ଆଜି ତାର ରାଜ୍ୟସଭା ପ୍ରାର୍ଥୀ ଭାବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ଘୋଷଣା କରିଛି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପିର ଏହି ଦୁଇଜଣ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ । ଉଭୟଙ୍କୁ ବିଜେପି ଦଳ ପକ୍ଷରୁ ବିପୁଳ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବରୀ ବିଜେପି ନେତା ଉମେଶ ଜେନା, ଯାଜପୁର ବିଜେପି ନେତା ସୁରଜ ଲାଲ ସାମଲ ପ୍ରମୁଖ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉଭୟ ରାଜ୍ୟ ସଭାରେ ଦକ୍ଷତାର ସହିତ ରାଜ୍ୟ ସମସ୍ୟା ଉତ୍ଥାପନ କରିବେ ବୋଲି କହିଛନ୍ତି ।




















