ଓଡ଼ିଶା ଲିଡ୍ସ( ବ୍ୟୁରୋ): ନିକଟରେ ବିଜେଡି ଓ ରାଜ୍ୟସଭା ପଦବୀ ଛାଡିଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଆଗାମି ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ।
ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ତାଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏ ନେଇ ଘୋଷଣା ହୋଇଛି । ନିକଟରେ ବିଜେଡି ଦଳ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଟିକେଟ୍ରେ ଦେବାଶିଷ ପୁଣିଥରେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି ।




















