ଓଡ଼ିଶା ଲିଡ୍ସ(ଯାଜପୁର): ନିଜର ଏକମାତ୍ର ପୁତ୍ରକୁ ହରାଇ ଶୋକାତୁର ହୋଇ ପଡ଼ିଥିବା ପରିବାର ନିକଟରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଦାନଗଦି ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତର ବିଶ୍ଵନାଥ ଜେନାଙ୍କ ଏକମାତ୍ର ପୁତ୍ର ସୋମନାଥ ଜେନାଙ୍କ ଅକାଳ ବିୟୋଗ ହୋଇ ଯାଇଥିଲା । ଏହି ଖବର ପାଇ ଇଂ ଘଡ଼ାଇ ତାଙ୍କ ବାସ ଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହିତ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ ।




















