Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ରାକ୍ଷୀ ପୂର୍ଣ୍ଣିମାରେ ବୃକ୍ଷ ପୂଜା କଲେ ଛାତ୍ରଛାତୀ

ରାକ୍ଷୀ ପୂର୍ଣ୍ଣିମାରେ ବୃକ୍ଷ ପୂଜା କଲେ ଛାତ୍ରଛାତୀ

ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ବଡ଼ ଠାକୁର ବଳଦେବଙ୍କ ଜନ୍ମ ଦିନ । ଆଜିର ଦିନକୁ ରକ୍ଷା ବନ୍ଧନ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ରକ୍ଷାବନ୍ଧନ ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସୀ ଥାଏ । ଚାଷୀ ପରିବାରରେ ଘରେ ଗହ୍ମା ପର୍ବରେ ଗୋପୂଜନ କରାଯାଏ । ଆଜି ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପଣସପଦା ଜୁନିଅର କଲେଜର ଛାତ୍ରଛାତ୍ରୀ ମାନେ । ବୃକ୍ଷରେ ରାକ୍ଷୀ ବାନ୍ଧି ଏହି ପର୍ବ ନିଆରା ଭାବେ ପାଳନ କରିଛନ୍ତି ଛାତ୍ରଛାତ୍ରୀ ।

ସେମାନଙ୍କ ମତରେ ବୃକ୍ଷ ଆମର ଉପକାରୀ ବନ୍ଧୁ । ଭାଇ ସମାନ ଆମର ଉପକାର କରିଥାଏ। ଆମକୁ ସୁରକ୍ଷା ଦେଇଥାଏ। ବୃକ୍ଷ ଆମକୁ ଅନେକ କିଛି ପ୍ରଦାନ କରିଥାଏ। ବୃକ୍ଷ ନଥିଲେ ପୃଥିବୀରେ ଜୀବ ଜଗତ ନଥାନ୍ତା। ବିଶେଷ କରି ଜୀବଜଗତ ପାଇଁ ଅତ୍ୟନ୍ତ ଦରକାରୀ ଅମୃତ ଅମ୍ଳଜାନ ପ୍ରଦାନ କରି ମାନବ ସମାଜ ସହିତ ଜୀବଜଗତକୁ ସୁରକ୍ଷିତ ରଖିଥାଏ। ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀଜଗନ୍ନାଥ ଦାରୁଦେବତା ଅଟନ୍ତି। ଏଣୁ ଇକୋକ୍ଳବର ପିଲାମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ବୃକ୍ଷରେ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ପରିସରରେ ସମସ୍ତ ଗଛର ସେବାଯତ୍ନ ସହ ରାକ୍ଷୀ ବାନ୍ଧିଥିଲେ ଛାତ୍ରଛାତ୍ରୀ। ଏହି ଅବସରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ସୁବର୍ଣ୍ଣ ସାମନ୍ତରାୟ ଯୋଗଦେଇ ବୃକ୍ଷର ଉପକାରିତା, ବୃକ୍ଷ ଆମକୁ କିପରି ସୁରକ୍ଷିତ ରଖୁଛି, ରକ୍ଷାବନ୍ଧନର ପରମ୍ପରା ଏବଂ ପୌରାଣିକ ମହତ୍ୱ ସହିତ ଏହାର ସାମାଜିକ ଆବଶ୍ୟକତା ସଂପର୍କରେ ବୁଝାଇଥିଲେ। ଅଧ୍ୟାପକ ରଣଜିତ ସାମଲ, ଅରୁନ୍ଧତୀ ସ୍ବାଇଁ, ଦେବାଶିଷ ପାତ୍ର, କୃତିସୁନ୍ଦର ସେଠୀ, ଉମେଶ ବେହେରା, ଗୟାଧର ପ୍ରଧାନ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଇକୋ କାଶୀନାଥ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *