
ବାଲିଆ ଅଞ୍ଚଳରେ ବେଧଡ଼କ ଚୋରା ମଦ, ଗଞ୍ଜେଇ ବେପାର, ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ଥାନା ଅଧିନ ବାଲିଆ ଗ୍ରାମରେ ବ୍ୟାପକ ଚୋରା ମଦ, ଗଞ୍ଜେଇ ଓ ଚରସ ବେପାର ହେଉଛି । ଏ ନେଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତକାଲି ଜଣେ ଯୁବକ ଏହାର ବିରୋଧ କରିବାରୁ ତାଙ୍କୁ ସମ୍ପୃକ୍ତ ମଦ ବ୍ୟବସାୟୀ ମରଣାନ୍ତକ ଆକ୍ରମଣ କରିଥିବା ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି । ଆହତ ଯୁବକ ଜଣଙ୍କ ହେଉଛନ୍ତି ନିଶିକାନ୍ତ ଜେନା । […]



























