
ଭୁବନେଶ୍ୱରରେ ଘରୋଇ ଇଞ୍ଜିନିୟରିଂ ପ୍ରଥମ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ; ପରିବାର ପକ୍ଷରୁ ରାଗିଂ ଅଭିଯୋଗ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଧିନ ଶିଖର ଚଣ୍ଡୀ ଅଞ୍ଚଳରେ ଏକ ଘରୋଇ ବୈଷୟିକ ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବେହେଳା ଓ ସିନିୟର ଛାତ୍ରଙ୍କ ରାଗିଂକୁ ଦାୟୀ କରିଛନ୍ତି ତାଙ୍କ ପରିବାର । ମୃତ ଛାତ୍ରଙ୍କ ନାମ ବିଶ୍ୱାସ ସ୍ୱାଇଁ। ସେ ବି.ଟେକ୍ ପ୍ରଥମ ବର୍ଷର ଛାତ୍ର ଥିଲେ। ମୃତ ଛାତ୍ରଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା […]




























